Odisha Link
Bridging the Missing Links in Odisha

ଜନ୍ମକଲା ମାଆର ଜୀବନ ନେଲା ପୁଅ

ଥାନାରେ ଆତ୍ମସମର୍ପଣ କରିଥିବା ପୁଅକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ।

ଓଏଲ୍‌ ବ୍ୟୁରୋ : ବାରିପଦା ବାଙ୍ଗିରିପୋଷି ଥାନା ପଟାଶିଳା ଗାଁରେ ଘଟିଥିବା ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ନିଜ ଜନ୍ମକଲା ମାଆର ଜୀବନ ନେଲା ପୁଅ। ପାରିବାରିକ କଳହରୁ ମାଆକୁ ପୁଅ ପିଟି ମାରିଦେଇଥିବା ଅଭିଯୋଗ ହୋଇଛି।

ଘଟଣା ପରେ ଅଭିଯୁକ୍ତ ପୁଅ ବାଙ୍ଗିରିପୋଷି ଥାନାରେ ଆତ୍ମସମର୍ପଣ କରିଥିବା ଜଣା ପଡିଛି। ତେବେ ପୁଅ କେଉଁ କାରଣରୁ ଏଭଳି ବର୍ବରକାଣ୍ଡ କରିଛି ତାହାର କାରଣ ସ୍ପଷ୍ଟ ହୋଇନାହିଁ। ଥାନାରେ ଆତ୍ମସମର୍ପଣ କରିଥିବା ପୁଅକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ।

Leave A Reply

Your email address will not be published.