Odisha Link
Bridging the Missing Links in Odisha

ଭାରତ-ଅଷ୍ଟ୍ରେଲିଆ: ଏ ସମ୍ପର୍କ ୭୫ ବର୍ଷର

ଓଏଲ୍‌ ବ୍ୟୁରୋ: ଅହମ୍ମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଛି ବର୍ଡର-ଗାଭାସ୍କର ଟ୍ରଫିର ଶେଷ ମ୍ୟାଚ୍। ଏଥିସହିତ ଭାରତ-ଅଷ୍ଟ୍ରେଲିଆ କ୍ରିକେଟ ସମ୍ବନ୍ଧକୁ ପୁରିଛି ୭୫ ବର୍ଷ। ଏହି ଅବସରରେ ମ୍ୟାଚ୍ ଦେଖିବା ପାଇଁ ଅହମ୍ମଦାବାର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଜି ଏକାଠି ହୋଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲ୍‌ବେନିଜ୍।

ମ୍ୟାଚ ଆରମ୍ଭ ପୂର୍ବରୁ ଦୁଇ ଦେଶର ପ୍ରଧାନମନ୍ତ୍ରୀ ଷ୍ଟାଡିୟମ୍‌ରେ ପହଞ୍ଚିଥିଲେ । ଖେଳାଳି ମାନଙ୍କ ସହ ମିଶି ଜାତୀୟ ସଙ୍ଗୀତ ଗାନ କରିଥିଲେ। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଶ୍ରୀ ଆଲ୍‌ବାନିଜଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସ୍ବାଗତ କରିଥିଲେ। ଦୁଇ ପ୍ରଧାନମନ୍ତ୍ରୀ ଏକ ସୁସଜ୍ଜିତ ଗାଡିରେ ଷ୍ଟାଡିୟମ୍‌ ପରିକ୍ରମା​‌ କରି ଦର୍ଶକଙ୍କ ଅଭିବାଦନ ସ୍ବୀକାର କରିଥିଲେ।

ଭାରତୀୟ ସଂସ୍କୃତିକୁ ପ୍ରତିପାଦନ କରୁଥିବା ଏକ ସୁନ୍ଦର କଳାକୃତି ଉପହାର ଦେଇ ବିସିସିଆଇ ଅଧ୍ୟକ୍ଷ ରୋଜର୍ ବିନ୍ନି ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲ୍‌ବେନ୍‌ଜଙ୍କୁ ସ୍ୱାଗତ କରିଥିଲେ। ସେହିପରି, ଭାତର ଅଧିନାୟକ ରୋହତି ଶର୍ମାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅଷ୍ଟ୍ରେଲିଆର ଅଧିନାୟକ ଷ୍ଟିଭ୍ ସ୍ମିଥ୍‌ଙ୍କୁ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲ୍‌ବେନିଜ କ୍ୟାପ୍ ପ୍ରଦାନ କରିଥିଲେ।

Leave A Reply

Your email address will not be published.