Odisha Link
Bridging the Missing Links in Odisha

ରାଜ୍ୟରେ କେତେ ସଂଖ୍ୟକ ପଞ୍ଜୀକୃତ ଓ୍ବେବ ମିଡିଆ ରହିଛି ?

ଓଏଲ୍‌ ବ୍ୟୁରୋ: ବର୍ତ୍ତମାନ ସବୁଠି ଚାଲିଛି ଡିଜିଟାଲ ରାଜ। ଓଡ଼ିଶାରେ ମଧ୍ୟ ମାଳ ମାଳ ଓ୍ବେବ ମିଡିଆ ଖୋଲିଛି। ଓ୍ବେବ ମିଡିଆ ପ୍ରସଙ୍ଗ ବିଧାନସଭାରେ ଉଠାଇବା ସହ ରାଜ୍ୟରେ କେତେ ପଞ୍ଜୀକୃତ ଓ୍ବେବ ମିଡିଆ ଅଛି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର।

ଆଜି ନରସିଂହ ମିଶ୍ର ଗୃହରେ ପ୍ରଶ୍ନ କରିଥିଲେ, ଓ୍ବେବ ପୋର୍ଟାଲ ଗୁଡ଼ିକୁ ସରକାରୀ ସ୍ବୀକୃତି ଦେବାପାଇଁ ସରକାର କୌଣସି ନୀତି କରିଛନ୍ତି କି? ଯଦି ନା, ତା ହେଲେ ନୂତନ ନୀତି ପ୍ରଣୟନ ପାଇଁ ବିଚାର କରିବେ କି ? କେତେ ଓ୍ବେବ ପୋର୍ଟାଲ ସରକାରୀ ସ୍ବୀକୃତି ପାଇଁ ଆବେଦନ କରିଛନ୍ତି ଆଉ କେତେକଙ୍କୁ ମିଳିଛି ଓ କାହାର ଆବଦେନ ଗୁଡ଼ିକ ପଡ଼ିରହିଛି? କେବେ ସୁଦ୍ଧା ସ୍ବୀକୃତି ଦିଆଯିବ ତାହା ଜଣାଇବେ କି? ବୋଲି ପ୍ରଶ୍ନ କରିଥିଲେ ନରସିଂହ ମିଶ୍ର।

ଏହାର ଉତ୍ତର ବିଭାଗୀୟ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଗୃହରେ ରଖିଥିଲେ। ସେ କହିଛନ୍ତି, ଓ୍ବେବ ପୋର୍ଟାଲ ଗୁଡ଼ିକୁ ସ୍ବୀକୃତି ପ୍ରଦାନ ସଂକ୍ରାନ୍ତୀୟ କୌଣସି ନୀତି ରାଜ୍ୟ ସରକାରଙ୍କର ନାହିଁ। କେବଳ ଓ୍ବେବ ପୋର୍ଟାଲ ଗୁଡ଼ିକୁ ବିଜ୍ଞାପନ ପ୍ରଦାନ କରିବା ଉଦ୍ଦେଶ୍ୟରେ ଏକ ତାଲିକା ପ୍ରସ୍ତୁତ ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବିଭିନ୍ନ ଓ୍ବେବ ମିଡିଆ ପଲିସି ୨୦୨୦ କାର୍ଯ୍ୟକାରୀ କରାାଇଛି। ଏହି ନୀତି ଅନୁସାରେ ୱେବ ମିଡ଼ିଆ ସଂସ୍ଥା ଗୁଡିକର ପଞ୍ଜୀକରଣ କରିବାର ବ୍ୟବସ୍ଥା ରହିଛି ।

ସେ ଆହୁରି କହିଛନ୍ତି, ଏବେ ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ ୮୪ ଗୋଟି ସଂସ୍ଥା ଆବେଦନ କରିଥିଲେ ଏବଂ ସେମାନଙ୍କ ମଧ୍ୟରୁ ୪୮ ଗୋଟି ସଂସ୍ଥାର ପଞ୍ଜୀକରଣ ଜୁନ୍-୨୦୨୦ ସୁଦ୍ଧା କରାଯାଇଥିଲା । ଏବେ ୫୮ଟି ସଂସ୍ଥା ପଞ୍ଜୀକରଣ ନିମନ୍ତେ ଆବେଦନ କରିଛନ୍ତି। ସେମାନଙ୍କ ଆବେଦନ ବିଚାରଧୀନ ରହିଛି। ୱେବ ମିଡ଼ିଆ ପଲିସିର ସର୍ତ୍ତାବଳୀ ଅନୁସାରେ ପଞ୍ଜୀକରଣ କରାଯିବ ବୋଲି କହିଛନ୍ତି ଶ୍ରୀ ଅମାତ୍।

Leave A Reply

Your email address will not be published.