Odisha Link
Bridging the Missing Links in Odisha

ଜଙ୍ଗଲରୁ ଠାବ ହେଲା ହାତୀର ମୃତଦେହ

ମୃତ ହାତୀର ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ମୃତ ହାତୀର ବୟସ ପ୍ରାୟ ପାଖାପାଖି ୪୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।

ଓଏଲ୍‌ ବ୍ୟୁରୋ: ଆଉ ଏକ ହାତୀ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ଭଞ୍ଜନଗର ଘୁମୁସର ବନଖଣ୍ଡ ମୁଜାଗଡ଼ ବନାଞ୍ଚଳ ତିଲିକି ଗାଁରେ ଏକ ହାତୀର ମୃତଦେହ ଠାବ ହୋଇଛି। ଘଟଣା ସ୍ଥଳରେ ବନ ବିଭାଗର ଅଧିକାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ହାତୀର ମୃତଦେହରେ କ୍ଷତ ଚିହ୍ନ ଥିବାରୁ ଦୁଇ ହାତୀ ମଧ୍ୟରେ ଲଢେଇ ହୋଇ ଏହି ହାତୀର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ମୃତ ହାତୀର ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ମୃତ ହାତୀର ବୟସ ପ୍ରାୟ ପାଖାପାଖି ୪୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।

ମୃତ ହାତୀର ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ହାତୀ ମୃତ୍ୟୁର ପକୃତ କାରଣ ଜଣାପଡିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ଗତକାଲି ବିଧାନସଭାରେ ୨୦୧୨ରୁ ୨୦୨୨ ମସିହା ପର୍ଯ୍ୟନ୍ତ ୧୦ ବର୍ଷରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ୭୮୪ ହାତୀ ମରିଥିବା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଲିଖିତ ଉତ୍ତର ରଖିଥିଲେ।

Leave A Reply

Your email address will not be published.