Odisha Link
Bridging the Missing Links in Odisha

ଆର୍ମି କସମେଟିକ ସାମଗ୍ରୀ ଜବତ; ୫ ଅଭିଯୁକ୍ତ ଗିରଫ

ପୁଲିସ ୪୩ ଲକ୍ଷ ଟଙ୍କାର କସମେଟିକ ସହ, ଗୋଟିଏ ଟ୍ରକ, ଗୋଟିଏ ସ୍କର୍ଫିଓ ଓ ଗୋଟିଏ କାର ହୋଇଛି ଜବତ କରିଥିବା ଜଣା ପଡିଛି।

ଓଏଲ୍‌ ବ୍ୟୁରୋ: ବିହାରରୁ ଝାଡ଼ଖଣ୍ଡ ପାଇଁ ଆସିଥିଲା ଆର୍ମି କସମେଟିକ ସାମଗ୍ରୀ। ରାଉରକେଲାରେ ଜବତ ହୋଇଛି ବିହାରରୁ ଆସିଥିବା ଏହି ଆର୍ମି କସମେଟିକ ସାମଗ୍ରୀ। ରାଉରକେଲା ରଘୁନାଥପଲ୍ଲୀ ଥାନା ପୁଲିସ ଏହି ଘଟଣାରେ ଖବର ପାଇବା ପରେ ୨ ଜଣ ମହିଳାଙ୍କ ସମେତ ମୋଟ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଧୀରଜ କୁମାର, ରାଜବୀର ଶର୍ମା, ଗୋରଖ କୁମାର ଦୀପା ଶର୍ମା ଓ ଆରତୀ ଶର୍ମା। ପ୍ରଥମ ଅଭିଯୁକ୍ତର ଘର ବିହାର ହୋଇଥିଲା ବେଳେ ଅନ୍ୟମାନଙ୍କର ଠିକଣା ରାଉରକେଲା।

ଖବର ଅନୁସାରେ, ବିହାରର ରାଜଧାନୀ ପାଟନାର ଆନନ୍ଦ ଏଜେନ୍ସିରୁ ଗତ ୪ ତାରିଖ ଦିନ ୪୩ ଲକ୍ଷ ଟଙ୍କାର କସମେଟିକ ଝାରଖଣ୍ଡର ରାମପୁର ଆର୍ମି କେଣ୍ଟିନକୁ ଏକ ଟ୍ରକ ଯୋଗେ ଯାଉଥିଲା। କିନ୍ତୁ ଟ୍ରକ୍ ଆର୍ମି କେଣ୍ଟିନରେ ନପହଞ୍ଚି ରାଉରକେଲା ଆସି ମାଲ ଅନଲୋଡ କରି ବିକ୍ରି କରିଥିଲା। ବିକ୍ରି ପରେ ଟ୍ରକ୍ ରଙ୍ଗ ପରିବର୍ତ୍ତନ କରାଯାଉଥିବା ବେଳେ ରାଉରକେଲା ରଘୁନାଥପଲ୍ଲୀ ପୁଲିସ ଖବର ପାଇ ଅତର୍କିତ ଭାବେ ପହଞ୍ଚିଥିଲା। ପୁଲିସ ୪୩ ଲକ୍ଷ ଟଙ୍କାର କସମେଟିକ ସହ, ଗୋଟିଏ ଟ୍ରକ, ଗୋଟିଏ ସ୍କର୍ଫିଓ ଓ ଗୋଟିଏ କାର ହୋଇଛି ଜବତ କରିଥିବା ଜଣା ପଡିଛି। ଅଭିଯୁକ୍ତଙ୍କୁ ଗିରଫ କରିବା ସହ ପୁଲିସ ଘଟଣାର ଅଧିକ ତଦନ୍ତ ଜାରି କରିଛି।

Leave A Reply

Your email address will not be published.