Odisha Link
Bridging the Missing Links in Odisha

ମନି ଲଣ୍ଡ୍ରି ମାମଲା: ୫ଦିନ ବଢିଲା ସିସୋଦିଆଙ୍କ ଇଡି ରିମାଣ୍ଡ

ଯଦି ଏବେ ରିମାଣ୍ଡ ପାଇଁ ଅନୁମତି ନମିଳିବ ତେବେ ସମସ୍ତ ପରିଶ୍ରମ ବେକାର ଯିବ।

ଓଏଲ୍‌ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଡାହାଣହାତ କୁହାଯାଉଥିବା ମନିଷ ସିସୋଦିଆ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପୁଣି ଇଡି ରିମାଣ୍ଡରେ ଯିବେ। ପୂର୍ବତନ ଉପ ମୁଖ୍ୟମନ୍ତ୍ରୀଙ୍କ ଅଡୁଆ ବଢିବାରେ ଲାଗିଛି। ଇଡି ଆଜି ସିସୋଦିଆଙ୍କୁ କୋର୍ଟରେ ହାଜର କରିଥିଲା। ତଦନ୍ତ ପାଇଁ ପୁଣି ୭ଦିନ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା ଇଡି। କୋର୍ଟ ଏହି ମାମଲାରେ ସିସୋଦିଆଙ୍କୁ ଇଡି ରିମାଣ୍ଡରେ ନେବା ପାଇଁ ଆଉ ୫ଦିନ ଅନୁମତି ପ୍ରଦାନ କରିଛନ୍ତି। ଆସନ୍ତା ୨୨ରେ କୋର୍ଟରେ ହାଜର ହେବେ ସିସୋଦିଆ।

ଖବର ଅନୁସାରେ, ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଏବେ ଇଡି ଓ ସିବିଆଇର ହେପାଜତରେ ରହିଛନ୍ତି ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ତାଙ୍କୁ ଫେବୃଆରୀ ୨୬ ତାରିଖରେ ଗିରଫ କରିଥିଲା ସିବିଆଇ। ଏହାପରେ ଜେଲରେ ତାଙ୍କୁ ଇଡି ଜେରା କରିବା ସହ ପୁଣି ଗିରଫ କରିଥିଲା। ତେବେ ଇଡି ଗିରଫ କରି ରିମାଣ୍ଡରେ ନେଇ ପଚରାଉଚରା ଜାରି କରିଛି। ଏନେଇ ଇଡି ତରଫରୁ କୋର୍ଟକୁ କୁହାଯାଇଛି କି, ଯାଂଚ ଏବେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡରେ ପହଂଚିଛି।

ଯଦି ଏବେ ରିମାଣ୍ଡ ପାଇଁ ଅନୁମତି ନମିଳିବ ତେବେ ସମସ୍ତ ପରିଶ୍ରମ ବେକାର ଯିବ। ଏହାସହ ସିସୋଦିଆଙ୍କୁ ସିସିଟିଭି ନଜରରେ ରଖି ପଚରାଉଚରା କରାଯାଉଛି। ଏବେ ଏହି ମାମଲାରେ ଅନ୍ୟ ୨ଜଣଙ୍କର ୧୮ ଓ ୧୯ ତାରିଖରେ ବୟାନ ରେକର୍ଡ କରାଯିବ। ହେଲେ ସିସୋଦିଆ କହିଛନ୍ତି କି ଗତ ରିମାଣ୍ଡ ଅବଧି ମଧ୍ୟରେ ତାଙ୍କୁ ବହୁତ କମ୍ ଜେରା କରାଯାଇଛି। ସେପଟେ ସିସୋଦିଆଙ୍କ ଓକିଲ କୋର୍ଟକୁ କହିଛନ୍ତି କି ଜେରା ନାମରେ ଇଡି ସିସୋଦିଆଙ୍କୁ କେବଳ ଏଠି ସେଠି ବସାଉଛି ଓ ଗତ ୭ଦିନ ମଧ୍ୟରେ କେବଳ ୧୧ ଘଣ୍ଟା ପଚରା ଉଚରା କରିଛି।

Leave A Reply

Your email address will not be published.