Odisha Link
Bridging the Missing Links in Odisha

୪ ପ୍ରଦେଶ ପାଇଁ ବିଜେପିର ନୂଆ ସଭାପତି

ମନମୋହନ ସାମଲ ବିଜେପିର ରାଜ୍ୟ ସଭାପତି ଭାବେ ନିଯୁକ୍ତ ହୋଇଥିବାବେଳେ ଆଗାମୀ ନିର୍ବାଚନରେ ତାଙ୍କ ଗୁରୁତ୍ୱପୂର୍ଣ ଭୂମିକା ରହିବ ବୋଲି ଚର୍ଚ୍ଚା ଧରିଛି

ଓଏଲ୍‌ ବ୍ୟୁରୋ: ବିଜେପିରେ ହୋଇଥିବା ଏକ ବଡ଼ ପରିବର୍ତନ ଖବର ସାମ୍ନାକୁ ଆସିଛି। ଓଡ଼ିଶା, ରାଜସ୍ଥାନ, ବିହାର ଏବଂ ଦିଲ୍ଲୀରେ ନୂଆ ସଭାପତିଙ୍କୁ ଦାଇତ୍ୱ ଦିଆଯାଇଛି। ଓଡ଼ିଶାରେ ମନମୋହନ ସାମଲଙ୍କୁ ଦାଇତ୍ୱ ମିଳିଥିବାବେଳେ ରାଜସ୍ଥାନରେ ସି.ପି ଯୋଶୀଙ୍କୁ ଦାଇତ୍ୱ ମିଳିଛି। ସେଇ ଭଳିଭାବେ ବିହାରରେ ସମ୍ରାଟ ଚୌଧୁରୀଙ୍କୁ ସଭାପତି ଦାଇତ୍ୱ ମିଳିଥିବାବେଳେ ଦିଲ୍ଲୀରେ ବୀରେନ୍ଦ୍ର ସଚ୍ଚଦେବଙ୍କୁ ଦାଇତ୍ୱ ମିଳିଥିବା ଜଣା ପଡିଛି। ତେବେ ରାଜ୍ୟ ବିଜେପିରେ ମନମୋହନ ସାମଲ ବିଜେପିର ରାଜ୍ୟ ସଭାପତି ଭାବେ ନିଯୁକ୍ତ ହୋଇଥିବାବେଳେ ଆଗାମୀ ନିର୍ବାଚନରେ ତାଙ୍କ ଗୁରୁତ୍ୱପୂର୍ଣ ଭୂମିକା ରହିବ ବୋଲି ଚର୍ଚ୍ଚା ଧରିଛି।

ମନମୋହନଙ୍କୁ ରାଜ୍ୟ ସଭାପତି ଭାବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ନିଯୁକ୍ତ କରିଛନ୍ତି। ପୂର୍ବରୁ ଏହି ପଦବୀରେ ସମୀର ମହାନ୍ତି ଥିଲେ। ବର୍ତମାନ ତାଙ୍କ ସ୍ଥାନ ନେଇଛନ୍ତି ମନମୋହନ ସାମଲ। ବିଜେପିର ରାଜ୍ୟ ସଭାପତି ପଦବୀକୁ ନେଇ ଚର୍ଚ୍ଚା ହେଉଥିବାବେଳେ ମନମୋହନ ସାମଲ ସେ ଦାଇତ୍ୱ ଗ୍ରହଣ କରିଛନ୍ତି। ମନମୋହନ ସାମଲ ପୂର୍ବରୁ ରାଜ୍ୟ ବିଜେପିର ସଭାପତି ଥିଲେ। ଗତ ଧାମନଗର ନିର୍ବାଚନରେ ବିଜେପିକୁ ବାଜିମାତ କରିବାରେ ମନମୋହନ ସାମଲଙ୍କ ପ୍ରମୁଖ ଭୂମିକା ରହିଥିଲା। ରାଜ୍ୟରେ ବିଜେପି ଓ ବିଜେଡି ମେଣ୍ଟ ସରକାର ଥିବାବେଳେ ମନମୋହନ ସାମଲ ମନ୍ତ୍ରୀ ମଧ୍ୟ ଥିଲେ। ବର୍ତମାନ ବିଜେପି ମନମୋହନ ସାମଲଙ୍କୁ ରାଜ୍ୟ ବିଜେପିର ଦାଇତ୍ୱ ଦେଇଥିବା ଜଣା ପଡିଛି।

Leave A Reply

Your email address will not be published.