Odisha Link
Bridging the Missing Links in Odisha

ମଦ ପିଇ ଗାଡ଼ି ଚଳାଉଥିଲେ ସାବଧାନ, ଆଜିଠାରୁ ଚାଲିବ ଚେକିଂ

ଅପରାହ୍ନ ୩ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଚେକିଂ କଡ଼ାକଡ଼ି କରାଯିବ ବୋଲି ସୂଚନା ଦେଇଛନ୍ତି ପରିବହନ ଏନଫୋର୍ସମେଣ୍ଟ ଅତିରିକ୍ତ କମିଶନର।

ଓଏଲ୍‌ ବ୍ୟୁରୋ: ମଦ ପିଇ ଗାଡ଼ି ଚଳାଉଥିବା ଗାଡ଼ି ଚାଳକଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ମଦୁଆ ଡ୍ରାଇଭରଙ୍କୁ ସାବାଡ଼ ପାଇଁ ଆଜିଠୁ ବଡ଼ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ସାରା ରାଜ୍ୟରେ ଆଜିଠୁ ୩ ଦିନ ଧରି ଚାଲିବ ଚେକିଂ। ଏନେଇ ସୂଚନା ଦେଇଛନ୍ତି ପରିବହନ ଏନଫୋର୍ସମେଣ୍ଟ ଅତିରିକ୍ତ କମିଶନର। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ପରିବହନ ବିଭାଗର କଡ଼ା ଆଭିମୁଖ୍ୟ।

ଏପ୍ରିଲ ପ୍ରଥମ ସପ୍ତାହକୁ ‘ଜିରୋ କାଜୁଆଲିଟି’ ସପ୍ତାହ ପାଳନ ହେବା ପାଇ ନିଷ୍ପତ୍ତି ନିଆଯାଇଛି। ଯାହାକୁ ନଜରରେ ରଖି ପରିବହନ ବିଭାଗ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଇଛି। ଅପରାହ୍ନ ୩ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଚେକିଂ କଡ଼ାକଡ଼ି କରାଯିବ ବୋଲି ସୂଚନା ଦେଇଛନ୍ତି ପରିବହନ ଏନଫୋର୍ସମେଣ୍ଟ ଅତିରିକ୍ତ କମିଶନର। ମଦ ପିଇ ଗାଡ଼ି ଚଳାଉଥିବା ସମୟରେ ଯଦି ଗାଡ଼ି ଚାଳକ ଧରାପଡନ୍ତି ତେବେ କେବଳ ଜୋରିମାନା ନୁହେଁ ବରଂ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଜେଲ୍‌ ପଠାଯିବ। ଏନେଇ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଜାରି କରାଯାଇଥିବା ସୂଚନା ମିଳିଛି।

Leave A Reply

Your email address will not be published.