Odisha Link
Bridging the Missing Links in Odisha

ଯୋଗାଣ ମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରାଉ କଲେ ନବ ନିର୍ମାଣ କୃଷକ ସଂଗଠନ

ଅନ୍ୟପଟେ ମନ୍ତ୍ରୀଙ୍କ ବାସଭବନ ଆଗରେ ଧାରଣାରେ ବସିଥିବା ନବ ନିର୍ମାଣ କୃଷକ ସଂଗଠନର ସଦସ୍ୟଙ୍କୁ ଉଠାଇ ନେଇଛି ପୁଲିସ।

ଓଏଲ୍‌ ବ୍ୟୁରୋ: ଚାଷ ବଞ୍ଚାଅ,ଚାଷୀ ବଞ୍ଚାଅ, ଦେଶ ବଞ୍ଚାଅ ନାରା ଦେଇ ବିକ୍ଷୋଭ କରୁଛନ୍ତି ନବ ନିର୍ମାଣ କୃଷକ ସଂଗଠନ ସଦସ୍ୟ। ଏନେଇ ରାଜ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ ସରକାରୀ ବାସଭବନ ଘେରାଉ କରିଛନ୍ତି ନବ ନିର୍ମାଣ କୃଷକ ସଂଗଠନ ସଦସ୍ୟ।

ନବ ନିର୍ମାଣ କୃଷକ ସଂଗଠନ ସଦସ୍ୟମାନେ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସଚୀଙ୍କ ସରକାରୀ ବାସଭବନର ଗେଟ୍‌ ଭିତରକୁ ଧସେଇ ପଶି ପ୍ରତିବାଦ କରୁଥିବା ଜଣା ପଡିଛି। ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସଚୀଙ୍କ ସରକାରୀ ବାସଭବନକୁ ପ୍ରବେଶ କରିବା ସହ ଚାଷ ବଞ୍ଚାଅ, ଚାଷୀ ବଞ୍ଚାଅ, ଦେଶ ବଞ୍ଚାଅ ନାରା ଦେଇ ବିକ୍ଷୋଭ କରୁଛନ୍ତି ନବ ନିର୍ମାଣ କୃଷକ ସଂଗଠନ ସଦସ୍ୟ। ଅନ୍ୟପଟେ ମନ୍ତ୍ରୀଙ୍କ ବାସଭବନ ଆଗରେ ଧାରଣାରେ ବସିଥିବା ନବ ନିର୍ମାଣ କୃଷକ ସଂଗଠନର ସଦସ୍ୟଙ୍କୁ ଉଠାଇ ନେଇଛି ପୁଲିସ। ମନ୍ତ୍ରୀ ସେମାନଙ୍କ ସହ ଆଲୋଚନା କରନ୍ତୁ ଓ ସେମାନଙ୍କୁ ତାଙ୍କ ହକ୍ ମିଳୁ ବୋଲି ସେମାନେ ଦାବି ରଖିଛନ୍ତି।

Leave A Reply

Your email address will not be published.