ଟ୍ରକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ, ଘଟଣାସ୍ଥଳରେ ଉତ୍ତେଜନା
ଘଟଣା ସ୍ଥଳରେ ଡ୍ରାଇଭରକୁ ଅଟକ ରଖିଲେ ସ୍ଥାନୀୟ ଲୋକେ।

ଓଏଲ୍ ବ୍ୟୁରୋ: ବାଙ୍କୀ ବୈଦେଶ୍ୱର ଥାନା ପର୍ଶୁରାମ ଛକ ନିକଟରେ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଟ୍ରକ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଯୁବକଙ୍କ ମୃତ୍ୟୁପରେ ଦୁର୍ଘଟଣାସ୍ଥଳରେ ଉତ୍ତେଜନା ହୋଇଥିବା ଜଣା ପଡିଥିଲା।
ଘଟଣା ସ୍ଥଳରେ ଡ୍ରାଇଭରକୁ ଅଟକ ରଖିଲେ ସ୍ଥାନୀୟ ଲୋକେ। ମୃତ ବ୍ୟକ୍ତିଙ୍କ ମୃତ୍ୟୁ ଖବର ପାଇ ପରିବାର ଲୋକଙ୍କ ମଧ୍ୟରେ ଦୁଃଖର ଛାୟା ଖେଳିଯାଇଛି। ପୁଲିସ ଖବର ପାଇ ଦୁର୍ଘଟଣାସ୍ଥଳରେ ପହଂଚି ଡ୍ରାଇଭରକୁ ଅଟକ ରଖିଛି।