Odisha Link
Bridging the Missing Links in Odisha

ହୀରାକୁଦ ଜଳସ୍ତର ଏତେ ତଳକୁ ଚାଲିଯିବା ଇତିହାସରେ ପ୍ରଥମ: ବିଜୟ ମହାପାତ୍ର

୪ ଦିନ ତଳେ ୬୧୭.୫୧ ଥିଲା ହୀରାକୁଦ ଜଳସ୍ତର, ଅର୍ଥାତ୍ ୪ ଦିନକୁ ଫୁଟେ କମୁଛି।

ଓଏଲ୍‌ ବ୍ୟୁରୋ : ହୀରାକୁଦ ଜଳସ୍ତରକୁ ନେଇ ବିଜେପି ନେତା ବିଜୟ ମହାପାତ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏବେ ହୀରାକୁଦ ଜଳସ୍ତର ୬୧୬.୬୯ ଫୁଟ ଅଛି। ହୀରାକୁଦ ଜଳସ୍ତର ଗଲାବର୍ଷ ୬୨୧.୫ ଥିଲା। ୪ ଦିନ ତଳେ ୬୧୭.୫୧ ଥିଲା ହୀରାକୁଦ ଜଳସ୍ତର, ଅର୍ଥାତ୍ ୪ ଦିନକୁ ଫୁଟେ କମୁଛି।

ବିଜୟ ମହାପାତ୍ର ଆହୁରି ମଧ୍ୟ କହିଛନ୍ତି, ଜୁନ୍ ବେଳକୁ ହୀରାକୁଦ ଡେଡ୍ ଷ୍ଟୋରେଜକୁ ଚାଲିଯିବ। ହୀରାକୁଦ ଜଳସ୍ତର ଏତେ ତଳକୁ ଚାଲିଯିବା ଇତିହାସରେ ପ୍ରଥମଥର ବୋଲି କହିଛନ୍ତି ବିଜେପି ନେତା ବିଜୟ ମହାପାତ୍ର।। ହୀରାକୁଦ ଜଳସ୍ତର ଏତେ ତଳକୁ ଚାଲିଯିବା ଭଳି ଏତେ ବଡ଼ ସମସ୍ୟାର ଖବର କିପରି ସରକାରଙ୍କ ପାଖରେ ନଥିଲା ବୋଲି କହିଛନ୍ତି ବିଜେପି ନେତା ବିଜୟ ମହାପାତ୍ର।

Leave A Reply

Your email address will not be published.