Odisha Link
Bridging the Missing Links in Odisha

କରୋନା ମହାମାରୀ ଭୟ, ସଂକ୍ରମଣ ସ୍ଥିତି ନେଇ ଆସନ୍ତାକାଲି ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ

ଭର୍ଚୁଆଲ ମୋଡ୍‌ରେ ସବୁ ରାଜ୍ୟର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ।

ଓଏଲ୍‌ ବ୍ୟୁରୋ: କରୋନା ଭୂତାଣୁକୁ ନେଇ ବଢ଼ିଲା ଚିନ୍ତା। ପୁଣି ଡ଼ରାଇଲାଣି କରୋନା ମହାମାରୀ। କିଛି ମାସର ବ୍ୟବଧାନ ପରେ ଦେଶରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇଛି। ଦେଶରେ ୫ ହଜାର ଟପିଲା ଦୈନିକ କରୋନା ସଂକ୍ରମଣ। ୨୪ଘଣ୍ଟା ମଧ୍ୟରେ ୫ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ବର୍ତ୍ତମାନ ଦେଶରେ ୨୫,୫୮୭ ଆକ୍ଟିଭ କେସ୍‌ ରହିଥିବା ଜଣା ପଡିଛି। ତେବେ ବୃଦ୍ଧିପାଉଥିବା କରୋନାକୁ ନଜରରେ ରଖି ଆସନ୍ତାକାଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ଆୟୋଜିତ ହେବ। ଭର୍ଚୁଆଲ ମୋଡ୍‌ରେ ସବୁ ରାଜ୍ୟର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ।

ସୂଚନା ଅନୁସାରେ, ଦେଶରେ ଗତ ୨୪ଘଣ୍ଟା ମଧ୍ୟରେ କରୋନାରେ ୬ ଜଣଙ୍କ ମୃତ୍ୟୁ ହୋଇଛି। କର୍ଣ୍ଣାଟକରେ ୨, ମହାରାଷ୍ଟ୍ରରେ ୨ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବାବେଳେ କେରଳରେ ଜଣେ, ପଞ୍ଜାବରେ ଜଣେ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ରାଜଧାନୀ ଦିଲ୍ଳୀରେ ଅଧିକ ସଂକ୍ରମିତଙ୍କ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ପୂର୍ବରୁ, ଦେଶରେ ୪ ହଜାର ଟପିଥିଲା ଦୈନିକ କରୋନା ସଂକ୍ରମଣ। ଗୋଟିଏ ଦିନରେ ୪୪୩୫ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଥିଲା। ଗତ ସପ୍ତାହରେ ଦୈନିକ ସଂକ୍ରମଣ ୩ହଜାରରୁ ଅଧିକ ହୋଇଥିବାବେଳେ ବର୍ତ୍ତମାନ ତାହା ୫ହଜାର ଟପିଥିବା ଜଣା ପଡିଛି। ବଢୁଥିବା କରୋନାକୁ ନଜରରେ ରଖି ଦେଶବାସୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

Leave A Reply

Your email address will not be published.