Odisha Link
Bridging the Missing Links in Odisha

ଆଜି କରୋନା ସମୀକ୍ଷା କରିବେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ

ଭର୍ଚୁଆଲ ମୋଡ୍‌ରେ ସବୁ ରାଜ୍ୟର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ।

ଓଏଲ୍‌ ବ୍ୟୁରୋ: କରୋନା ଭୂତାଣୁକୁ ନେଇ ବଢ଼ିଲା ଚିନ୍ତା। ପୁଣି ଡ଼ରାଇଲାଣି କରୋନା ମହାମାରୀ। କିଛି ମାସର ବ୍ୟବଧାନ ପରେ ଦେଶରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇଛି। ଗତକାଲି ଦେଶରେ ୫ ହଜାର ଟପିଥିଲା ଦୈନିକ କରୋନା ସଂକ୍ରମଣ। ଗତକାଲି ୨୪ଘଣ୍ଟା ମଧ୍ୟରେ ୫ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଦେଶରେ ୨୫,୫୮୭ ଆକ୍ଟିଭ କେସ୍‌ ରହିଥିବା ଜଣା ପଡିଥିଲା। ତେବେ ବୃଦ୍ଧିପାଉଥିବା କରୋନାକୁ ନଜରରେ ରଖି ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ଆୟୋଜିତ ହେବ। ଭର୍ଚୁଆଲ ମୋଡ୍‌ରେ ସବୁ ରାଜ୍ୟର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ।

ସୂଚନା ଅନୁସାରେ, ଦେଶରେ ଗତକାଲି କରୋନାରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲା। କର୍ଣ୍ଣାଟକରେ ୨, ମହାରାଷ୍ଟ୍ରରେ ୨ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବାବେଳେ କେରଳରେ ଜଣେ, ପଞ୍ଜାବରେ ଜଣେ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ରାଜଧାନୀ ଦିଲ୍ଳୀରେ ଅଧିକ ସଂକ୍ରମିତଙ୍କ ଚିହ୍ନଟ ହୋଇଥିବା ସୂଚନା ମିଳିଥିଲା। ପୂର୍ବରୁ, ଦେଶରେ ୪ ହଜାର ଟପିଥିଲା ଦୈନିକ କରୋନା ସଂକ୍ରମଣ। ଗୋଟିଏ ଦିନରେ ୪୪୩୫ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଥିଲା। ଗତ ସପ୍ତାହରେ ଦୈନିକ ସଂକ୍ରମଣ ୩ହଜାରରୁ ଅଧିକ ହୋଇଥିବାବେଳେ ବର୍ତ୍ତମାନ ତାହା ୫ହଜାର ଟପିଥିବା ଜଣା ପଡିଛି। ବଢୁଥିବା କରୋନାକୁ ନଜରରେ ରଖି ଦେଶବାସୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ତେବେ ଏହାକୁ ନେଇ ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ଗୁରୁତ୍ୱପୂର୍ଣ ବୈଠକ କରିବେ।

Leave A Reply

Your email address will not be published.