Odisha Link
Bridging the Missing Links in Odisha

ଓଏଲଏକ୍ସରୁ ଜିନିଷ କିଣୁଥିଲେ ସାବଧାନ, ସାମ୍ନାକୁ ଆସିଲା ୨ଲକ୍ଷ ଟଙ୍କାର ଠକେଇ ଅଭିଯୋଗ

ସମ୍ପୃକ୍ତ ଅଭିଯୁକ୍ତ ଜଣକ ଓଏଲଏକ୍ସରେ ବିଜ୍ଞାପନ ଦେଇ ଲୋକଙ୍କୁ ଠକୁଥିବା ଅଭିଯୋଗ ହୋଇଛି।

ଓଏଲ୍‌ ବ୍ୟୁରୋ: ସୋସିଆଲ ମିଡିଆର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି। ତାହାର ଯେତିକି ସଦୁପଯୋଗ କରାଯାଉଛି ତାହା ତୁଳନାରେ ଅଧିକ ଅପବ୍ୟବହାର ହେଉଥିବା ଖବର ସାମ୍ନାକୁ ଆସୁଛି। ତେବେ ରାଜଧାନୀ ଭୁବନେଶ୍ୱରରେ ହୋଇଥିବା ଆଉ ଏକ ଠକେଇ ଅଭିଯୋଗ ସାମ୍ନାକୁ ଆସିଛି। ଓଏଲଏକ୍ସରେ ଦାମୀ ମୋବାଇଲ୍‌ ବିକ୍ରି ନାଁରେ ଠକେଇ ଅଭିଯୋଗ ହୋଇଥିବା ଜଣା ପଡିଛି। ଭୁବନେଶ୍ବର ସାଇବର ଥାନାରେ ୨ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ କରିଛନ୍ତି ଠକେଇର ଶିକାର ହୋଇଥିବା ବ୍ୟକ୍ତି। ଅଭିଯୋଗ କ୍ରମେ ଯାଜପୁରର ଜଣେ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ସମ୍ପୃକ୍ତ ଅଭିଯୁକ୍ତ ଜଣକ ଓଏଲଏକ୍ସରେ ବିଜ୍ଞାପନ ଦେଇ ଲୋକଙ୍କୁ ଠକୁଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, କେତେବେଳେ ଲୁଟେରା ଅନଲାଇନରେ କୌଣସି ଲିଙ୍କ ମାଧ୍ୟମରେ ଲୁଟ କରୁଛନ୍ତି ତ କେତେବେଳେ ଫୋନ କଲ ଜରିଆରେ। ସୁରକ୍ଷା ଯେତେ ବଢ଼ିବାରେ ଲାଗିଛି, ଲୁଟେରା ନୂତନ ଉପାୟରେ ପ୍ରତିଦିନ ଲୁଟ କରୁଥିବା ଜଣା ପଡୁଛି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ବ୍ୟବସାୟୀ ମଧ୍ୟ ଏହି ଲୁଟର ଶିକାର ହେଉଛନ୍ତି। ବର୍ତମାନ ଓଏଲଏକ୍ସରୁ ଜିନିଷ ବିକ୍ରି କରୁଥିବା ବିଜ୍ଞାପନ ଦେଇ ଠକେଇ କରୁଥିବା ଜଣେ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି।

Leave A Reply

Your email address will not be published.