Odisha Link
Bridging the Missing Links in Odisha

କୁନୋ ନ୍ୟାସନାଲ ପାର୍କରୁ ଚମ୍ପଟ ମାରିଲା ମାଈ ଚିତା ‘ଆଶା’

ନାମିବିଆରୁ ଆସିଥିବା ଚିତାବାଘ ସିୟାୟା ୪ଟି ଶାବକ ଜନ୍ମ ଦେଇଥିଲା।

ଓଏଲ୍‌ ବ୍ୟୁରୋ: କୁନୋ ନ୍ୟାସନାଲ ପାର୍କରୁ ଆଉ ଏକ ଚିତା ଚମ୍ପଟ ମାରିଥିବା ଖବର ସାମ୍ନାକୁ ଆସିଛି। ନାମିବିଆରୁ ଆସିଥିବା ଚିତାବାଘ ଶାଶାର ମୃତ୍ୟୁ ପରେ ଚିତା ସଂଖ୍ୟା କମିଥିଲା। ହେଲେ ପରେ ୪ଟି ଶାବକ ଜନ୍ମ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ବର୍ତ୍ତମାନ କୁନୋ ପାର୍କରୁ ବାହାରକୁ ମାଈ ଚିତା ‘ଆଶା’ ପଳାଇଥିବା ଜଣା ପଡିଛି। କୁନୋ ନିକଟ ଗାଁ ଆଡ଼କୁ ପଳାଇଥିବା ସନ୍ଦେହରେ ଥିବାବେଳେ ଗାଁ ଗୁଡ଼ିକରେ ଭୟର ବାତାବରଣ ସୃଷ୍ଟି ହୋଇଛି। ମାଈ ଚିତା ‘ଆଶା’ ପଳାଇଥିବା ଜାଣିବା ପରେ ଖୋଜାଖୋଜି କରୁଛନ୍ତି କୁନୋ କର୍ତ୍ତୃପକ୍ଷ।

ଖବର ଅନୁସାରେ, ପୂର୍ବ ମାସରେ ଚିତାବାଘ ଶାଶାର ମୃତ୍ୟୁ ହୋଇଥିଲା। ଶାଶାର ମୃତ୍ୟୁ ପରେ ମଧ୍ୟପ୍ରଦେଶ କୁନୋ ନ୍ୟାସନାଲ ପାର୍କରେ ଚିତା ସଂଖ୍ୟା କମିଥିବା କୁହାଯାଉଥିବାବେଳେ ୪ଟି ଚିତା ଶାବକ ଜନ୍ମ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ନାମିବିଆରୁ ଆସିଥିବା ଚିତାବାଘ ସିୟାୟା ୪ଟି ଶାବକ ଜନ୍ମ ଦେଇଥିଲା। ତେବେ ଏନେଇ ପରିବେଶ ମନ୍ତ୍ରୀ ଭୂପେନ୍ଦର ଯାଦବ ଟୁଇଟ୍ କରି ସୂଚନା ଦେଇଥିଲେ। ସେ ନିଜ ଟ୍ୱିଟରେ ଏକ ଫଟୋ ମଧ୍ୟ ସେୟାର କରିଥିବା ଦେଖାଯାଇଛି, ଯେଉଁଥିରେ ବାଘ ଛୁଆ ସ୍ପଷ୍ଟ ଭାବେ ଦେଖାଯାଉଥିଲେ।

Leave A Reply

Your email address will not be published.