Odisha Link
Bridging the Missing Links in Odisha

୪ ସାଂସଦ, ୬ ବିଧାୟକ ସମେତ ଭାଜପା ସଭାପତିଙ୍କୁ ଅଟକ ରଖିଲା ସମ୍ବଲପୁର ପୁଲିସ

ଓଏଲ୍‌ ବ୍ୟୁରୋ: ସମ୍ବଲପୁର-ଝାରସୁଗୁଡ଼ି ଜିଲ୍ଲା ସୀମାନ୍ତ ଶ୍ରୀପୁରା ଛକରେ ଭାରତୀୟ ଜନତା ପାର୍ଟି (ଭାଜପା) ଟିମକୁ ଅଟକ ରଖିଲା ପୁଲିସ। ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ସମ୍ବଲପୁର ଦଙ୍ଗାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ଭେଟିବା ସହ ଆହତ ହୋଇଥିବା ବ୍ୟକ୍ତିଙ୍କୁ ଭେଟିବାକୁ ଯାଉଥିବାବେଳେ ଭାଜପା ନେତାଙ୍କୁ ପ୍ରଥମେ ରୋକିବା ସହ ଅଟକ ରଖିଛି ଠେଲକୋଲି ପୋଲିସ ।ସକାଳ ୭ଟାରୁ ଅପରାହ୍ନ ୧ଟା ଯାଏଁ କର୍ଫ୍ୟୁ କୋହଳ କରାଯାଇଥିବାବେଳେ କର୍ଫ୍ୟୁର ଆଳ ଦେଖାଇ ପୁଲିସ ସେମାନଙ୍କୁ ଅଟକ ରଖିଥିବା ସୂଚନା ରହିଛି।
ଥାନାରେ ଅଟକ ଥିବା ନେତାଙ୍କ ମଧ୍ୟରେ ଜଣେ କେନ୍ଦ୍ରମନ୍ତ୍ରୀ, ୩ ସାଂସଦ, ୬ ବିଧାୟକ, ବିଜେପି ସଭାପତିଙ୍କ ସମେତ ବହୁ ନେତାଙ୍କୁ ଅଟକ ରଖିଛି ପୁଲିସ। ଅଟକ ଥିବା ନେତାଙ୍କ ମଧ୍ୟରେ ଓଡ଼ିଶା ବିଜେପି ସଭାପତି ମନମୋହନ ସାମଲ ଥିବା ବେଳେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ମଧ୍ୟ ରହିଛନ୍ତି। ଏହାବ୍ୟତୀତ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ବରଗଡ଼ ସାଂସଦ ସୁରେଶ ପୂଜାରୀ, ରେଙ୍ଗାଲି ବିଧାୟକ ନାଉରୀ ନାଏକ, ବିଧାୟକ କୁସୁମ ଟେଟେ, ଶଙ୍କର ଓରାମ, ପୂର୍ବତନ ମନ୍ତ୍ରୀ କେଭି ସିଂଦେଓ ଓ ପୂର୍ବତନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରମୁଖ ସାମିଲ ଅଛନ୍ତି। ସେମାନଙ୍କୁ ଠେଲକୁଲି ଥାନାରେ ଅଟକ ରଖାଯାଇଛି।
ସବୁଠୁ ବଡ଼ କଥା ହେଲା ଭାଜପାର ଏହି ଟିମ୍‌ ସମ୍ବଲପୁର ଯାଇ ଆହତଙ୍କୁ ଭେଟିଥାନ୍ତେ ଏବଂ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥାନ୍ତେ। ଏବେ ଅଟକ ରହିବା ପରେ ଠେଲକୁଲି ଥାନାରେ ପୁଲିସ ଛାଉଣୀ ରହିଛି। ଏହି ଘଟଣାରେ କଡ଼ା ଟାର୍ଗେଟ କରିଛନ୍ତି ବିଜେପି ସଭାପତି ମନମୋହନ ସାମଲ ।
ସେ କହିଛନ୍ତି, , ଆମକୁ ସମ୍ବଲପୁର ଭିତରକୁ ନଛାଡ଼ିବାକୁ ନବୀନ ବାବୁ ନିର୍ଦ୍ଦେଶ ଦେଇଛନ୍ତି। ଆମ ଛାଇ ଦେଖିଲେ ନବୀନ ବାବୁ ଏବେ ଡରିବାକୁ ଲାଗିଲେଣି। ସରକାର ପୁଲିସର ଅଧିକାରକୁ ତଣ୍ଟିଚିପି ହତ୍ୟା କରିସାରିଲେଣି। ସେହିପରି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ କହିଛନ୍ତି, ମୁଁ ଜଣେ କେନ୍ଦ୍ରମନ୍ତ୍ରୀ ଓ ଆଦିବାସୀ ମଧ୍ୟ। ମୃତାହତ ଲୋକ ମଧ୍ୟ ଆବିବାସୀ। ହସ୍ପିଟାଲରେ ଚିକିତ୍ସାଧୀନ ଆଦିବାସୀ ପିଲାଟିକୁ ଭେଟିବାକୁ ଯାଉଥିଲି। ସବୁଠୁ ବଡ଼କଥା ହେଲା ଗତକାଲିଠୁ ଏନେଇ ଜିଲ୍ଲା ପ୍ରଶାସନକୁ ଜଣାଯାଇଥିଲା। ତେବେ ଆଜି କାହିଁକି ଅଟକାଯାଉଛି ବୋଲି କହିଥିଲେ ଶ୍ରୀ ଟୁଡୁ। ସେ ଆହୁରି କହିଥିଲେ ଯେ, ଯାହା ବି ଘଟୁଛି, ତାହା ବ୍ରିଟିଶ ଶାସନଠାରୁ ବି ଅଧିକ ଲାଗୁଛି।
Leave A Reply

Your email address will not be published.