Odisha Link
Bridging the Missing Links in Odisha

ଛାତ୍ରୀନିବାସରେ କେତେ ସୁରକ୍ଷିତ ଛାତ୍ରୀ, ପୁଣି ହଷ୍ଟେଲ ଭିତରୁ ମିଳିଲା ମୃତଦେହ

ଗୋଠପାଟଣା ଅଞ୍ଚଳରେ ଥିବା କଲେଜ ହଷ୍ଟେଲ ଭିତରୁ ମିଳିଛି ମୃତଦେହ।

ଓଏଲ୍‌ ବ୍ୟୁରୋ: ରାଜଧାନୀରେ ଘଟୁଥିବା ଅନେକ ଅଘଟଣ ସାମ୍ନାକୁ ଆସୁଥିବାବେଳେ ଛାତ୍ରୀନିବାସରେ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ମଧ୍ୟ ସାମ୍ନାକୁ ଆସୁଛି। ତେବେ ଆଜି ପୁଣି ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା ଖବର ସାମ୍ନାକୁ ଆସିଛି। ଗୋଠପାଟଣା ଅଞ୍ଚଳରେ ଥିବା କଲେଜ ହଷ୍ଟେଲ ଭିତରୁ ମିଳିଛି ମୃତଦେହ। ଗତକାଲି ରାତିରେ ଶାଢ଼ୀରେ ଝୁଲି ପଡିଲେ ଛାତ୍ରୀ ଜଣକ। ଛାତ୍ରୀ ଜଣଙ୍କ ହେଲେ ବିଏସସି ଦ୍ୱିତୀୟ ବର୍ଷର ଛାତ୍ରୀ ଅର୍ଚ୍ଚନା ଦାସ। ମୃତଦେହକୁ ଜବତ କରିଛି ଚନ୍ଦକା ପୁଲିସ। ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ତଦନ୍ତ ଜାରି କରିଥିବା ସୂଚନା ମିଳିଛି।

ଖବର ଅନୁସାରେ, ପାଠ ପଢା ବୟସରେ ଆତ୍ମହତ୍ୟା କରିବା ଅନେକ ଖବର ସାମ୍ନାକୁ ଆସିଲାଣି। ତେବେ ଆଜି ପୁଣି ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା ଖବର ସାମ୍ନାକୁ ଆସିଛି। ବାରମ୍ବାର ଏଭଳି ଖବର ଆସୁଥିବାରୁ ଅନେକ ପ୍ରଶ୍ନ ସୃଷ୍ଟି ହେଉଛି। ପ୍ରକୃତରେ ଛାତ୍ରୀନିବାସରେ କେତେ ସୁରକ୍ଷିତ ଛାତ୍ରୀ। ଏଥିରେ କର୍ତୃପକ୍ଷଙ୍କ ଭୂମିକା ରହୁଛି ନା ଛାତ୍ରୀଙ୍କ ବ୍ୟକ୍ତିଗତ କାରଣ ସମ୍ପୃକ୍ତ ରହୁଛି। ତେବେ ଏନେଇ ପୁଲିସ ତଦନ୍ତ ଜାରି କରୁଛି।

Leave A Reply

Your email address will not be published.