Odisha Link
Bridging the Missing Links in Odisha

ଝାରସୁଗୁଡା ଉପ-ନିର୍ବାଚନ: ନାମାଙ୍କନପତ୍ର ଦାଖଲ କଲେ ନବ ଦାସଙ୍କ ଝିଅ

ପ୍ରାର୍ଥୀପତ୍ର ଦାଖଲ କରିବା ପୂର୍ବରୁ ପାଟଣେଶ୍ବର ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ।

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ଝାରସୁଗୁଡା ଉପ-ନିର୍ବାଚନ ପ୍ରକ୍ରିୟା। ମେ’୧୦ ତାରିଖରେ ଅନୁଷ୍ଠିତ ହେବ ଝାରସୁଗୁଡ଼ା ଉପନିର୍ବାଚନ। ଏଥିପାଇଁ ଜୋରଦାର ପ୍ରସ୍ତୁତି କରୁଛନ୍ତି ତିନି ରାଜନୈତିକ ଦଳ। ତିନି ପ୍ରମୁଖ ଦଳର ପ୍ରାର୍ଥୀମାନେ ପ୍ରାର୍ଥୀ ପତ୍ର ଦାଖଲ କରିସାରିଥିବା ଜଣା ପଡିଛି। କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ନାମାଙ୍କନପତ୍ର ଦାଖଲ କରିସାରିଥିବା ବେଳେ ଗତକାଲି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ନାମାଙ୍କନ ଦାଖଲ କରିଛନ୍ତି। ଆଜି ବିଜେଡି ପ୍ରାର୍ଥିନୀ ଦୀପାଳି ଦାସ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବରିଷ୍ଠ ବିଜେଡି ନେତାଙ୍କ ଉପସ୍ଥିତିରେ ନବ ଦାସଙ୍କ ଝିଅ ଦୀପାଳି ଦାସ ନାମାଙ୍କନ ଭରିଛନ୍ତି। ପ୍ରାର୍ଥୀପତ୍ର ଦାଖଲ କରିବା ପୂର୍ବରୁ ପାଟଣେଶ୍ବର ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ।

ପ୍ରାର୍ଥୀପତ୍ର ଦାଖଲ କରିବା ପୂର୍ବରୁ ପାଟଣେଶ୍ବର ମନ୍ଦିର ଯାଇ ପୂଜାର୍ଚ୍ଚନା ପରେ ଦୀପାଳିଙ୍କ ପ୍ରତିକ୍ରିୟା। ସେ ପ୍ରତିକ୍ରିୟା ରଖି କହିଥିଲେ, ବାପାଙ୍କ ଆଶା ପୂରା କରିବା ମୋ ସ୍ବପ୍ନ। ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ପ୍ରତିଶୃତି ରଖିବି। ବାପାଙ୍କ ଅନୁପସ୍ଥିତିରେ ଦୁଃଖ ଅନୁଭବ କରୁଛି। ଖୁସି ନାହିଁ କାରଣ ବାପାଙ୍କ ଆଶା ଥିଲା କି ମୁଁ ରାଜନୀତି କରିବି, ଆଜି ମୁଁ ରାଜନୀତିରେ ପ୍ରବେଶ କରିଛି ହେଲେ ଦେଖିବାକୁ ବାପା ନାହାନ୍ତି ବୋଲି କହି ଦୁଃଖ ପ୍ରକାଶ କରିଥିଲେ ନବ ଦାସଙ୍କ ଝିଅ ଦୀପାଳି ଦାସ।

Leave A Reply

Your email address will not be published.