Odisha Link
Bridging the Missing Links in Odisha

ସମଲିଙ୍ଗୀ ସମ୍ପର୍କକୁ ନେଇ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟର ଉତ୍ତର

ଦିଲ୍ଲୀ ହାଇକୋର୍ଟ ସମେତ ବିଭିନ୍ନ ଅଦାଲତରେ ମାମଲା ହୋଇଥିଲା।

ଓଏଲ୍‌ ବ୍ୟୁରୋ: ସମଲିଙ୍ଗୀ ସମ୍ପର୍କକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି କରାଯାଇଛି। ସମଲିଙ୍ଗୀ ବିବାହ ଆଇନଗତ ସ୍ୱୀକୃତି ମିଳିବ କି ନାହିଁ ତାହା ଉପରେ ଶୁଣାଣି ହେବାକୁ ଥିବାବେଳେ ଏହା ପୂର୍ବରୁ ଏହାକୁ ବିରୋଧ କରିଥିଲେ କେନ୍ଦ୍ର ସରକାର। ଏହି ମାମଲା ରଦ୍ଦ କରିବାକୁ ସର୍ବୋଚ୍ଚ କୋର୍ଟଙ୍କୁ ଅନୁରୋଧ କରିଥିଲେ ମୋଦୀ ସରକାର। ତେବେ ଏହି ମାମଲାର ଶୁଣାଣି ବେଳେ କେନ୍ଦ୍ର ସରକାରଙ୍କୁ ଉତ୍ତର ଦେଇ କୋର୍ଟ କହିଛନ୍ତି, କୌଣସି ନ୍ୟାୟିକ ବ୍ୟବସ୍ତାର ନିଷ୍ପତି ନେବାକୁ କୋର୍ଟ ଅଛି।

ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୫ ଜଣିଆ ବେଞ୍ଚ ମାମଲାର ଶୁଣାଣି କରାଯାଇଥିଲା। ସମଲିଙ୍ଗୀ ସମ୍ପର୍କକୁ ବୈଧ କରିବାକୁ ନେଇ ଆବେଦନ ହୋଇଥିବା ୧୫ ଟି ମାମଲା ହୋଇଥିଲା। ଏସବୁ ମାମଲାକୁ ରଦ୍ଦ କରିବା ସହ ଏହା ଉପରେ ସଂସଦରେ ଏହା ଉପରେ ଆଲୋଚନା କରିବାକୁ କହିଥିଲେ କେନ୍ଦ୍ର ସରକାର। ଦିଲ୍ଲୀ ହାଇକୋର୍ଟ ସମେତ ବିଭିନ୍ନ ଅଦାଲତରେ ମାମଲା ହୋଇଥିଲା।

ସମଲିଙ୍ଗୀ ସମ୍ପର୍କକୁ ସ୍ୱୀକୃତି ନେଇ ବିଭିନ୍ନ କୋର୍ଟରେ ୧୫ ଟି ଆଦେବନ ହୋଇଥିଲା। ସବୁ ମାମଲାକୁ ସୁପ୍ରିମକୋର୍ଟ ସ୍ଥାନାନ୍ତର କରାଯାଇଥିବାବେଳେ ଆଜି ଏହି ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ସବୁ ସାବାଳକ ନିଜ ଇଛା ଅନୁସାରେ ବିବାହ କରିପାରିବେ କହିଥିଲେ କୋର୍ଟ। କିନ୍ତୁ ସମଲୀଙ୍ଗୀ ସାବାଳକ ହୋଇଥିଲେ ବି ସେମାନଙ୍କ ସମ୍ପର୍କ ବୈଧ ନୁହେଁ। ସେହିପରି ବିବାହିତ ଦମ୍ପତ୍ତି ହିଁ କେବଳ ପୋଷ୍ୟ ସନ୍ତାନ ରଖିପାରିବେ। ସମଲିଙ୍ଗୀ ଦମ୍ପତି ପୋଷ୍ୟ ସନ୍ତାନ ବି ଗ୍ରହଣ କରିପାରିବେ ନାହିଁ ବୋଲି ପୂର୍ବରୁ କୋର୍ଟ କହିଥିଲେ।

୨୦୧୨ରେ ହାଇଦ୍ରାବାଦର ସମଲିଙ୍ଗୀ ଦମ୍ପତ୍ତି ସୁପ୍ରିୟୋ, ଅଭୟ ବିବାହ କରିବାକୁ ନିଷ୍ପତି ନେଇଥିଲେ। ଉଭୟ ଉଭୟଙ୍କୁ ନିଜ ପରିବାର ଦର୍ଶାଇବା ସହ ବିବାହ କରିଥିଲେ। ସେମାନେ ବିବାହ କରିଥିଲେ ବି ଦମ୍ପତ୍ତିଙ୍କ ଭଳି ଅଧିକାର ପାଇନଥିଲେ। ସମଲିଙ୍ଗୀ ବିବାହକୁ ସ୍ୱୀକୃତି ନେଇ ସେମାନେ କୋର୍ଟରେ ଆବେଦନ କରିଥିଲେ। ଏଭଳି ଅନେକ ସମଲିଙ୍ଗୀ ଦମ୍ପତ୍ତି କୋର୍ଟରେ ଆବେଦନ କରିଥିଲେ। ହେଲେ ଶୁଣାଣି ପୂର୍ବରୁ କେନ୍ଦ୍ର ସରକାର ଏହାକୁ ବିରୋଧ କରିଥିଲେ। ସମଲିଙ୍ଗୀ ବିବାହ ସହରରେ ରହୁଥିବା ଉଚ୍ଚଶ୍ରେଣୀଙ୍କ ଚିନ୍ତାଧାରା। ଏହା ଉପରେ ସଂସଦରେ ଆଲୋଚନା କରିବାକୁ କହିଥିଲେ କେନ୍ଦ୍ର ସରକାର। ଯାହାକୁ ନେଇ ସୁପ୍ରିମକୋର୍ଟ ବିଚାରପତି ଉତ୍ତର ରଖିଥିଲେ।

Leave A Reply

Your email address will not be published.