Odisha Link
Bridging the Missing Links in Odisha

ଦେବାଶିଷ ‘ଅମର ରହେ’ ଧ୍ବନିରେ ପ୍ରକମ୍ପିତ ହେଲା ଓଡ଼ିଆ ଯବାନଙ୍କ ଜନ୍ମମାଟି

ଗାଁ ଶ୍ମଶାନରେ ହେବ ସହିଦ ଦେବାଶିଷଙ୍କ ଶେଷକୃତ୍ୟ

ଓଏଲ୍‌ ବ୍ୟୁରୋ: ଜମ୍ମୁ କାଶ୍ମୀର ପୁଞ୍ଚରେ ଆତଙ୍କବାଦୀ ଆକ୍ରମଣରେ ଘଟିଥିବା ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଥିଲା। ଯେଉଁଥିରେ ୫ଜଣ ଯବାନ ସହିଦ ହୋଇଥିଲେ। ସହିଦଙ୍କ ମଧ୍ୟରେ ଜଣେ ପୁରୀର ଓଡ଼ିଆ ଯବାନ ଥିଲେ। ଜନ୍ମମାଟିରେ ପହଞ୍ଚିଲା ସହିଦ ଦେବାଶିଷଙ୍କ ପାର୍ଥିବ ଶରୀର। ପୁରୀ ସତ୍ୟବାଦୀର ଖଣ୍ଡାୟତ ସାହିରେ ପହଞ୍ଚିଲା ଦେବାଶିଷ ବିଶ୍ୱାଳଙ୍କ ପାର୍ଥିବ ଶରୀର। ଗାଁ ଶ୍ମଶାନରେ ହେବ ସହିଦ ଦେବାଶିଷଙ୍କ ଶେଷକୃତ୍ୟ। ଦେବାଶିଷ ‘ଅମର ରହେ’ ଧ୍ବନିରେ ପ୍ରକମ୍ପିତ ହେଲା ସମଗ୍ର ଅଞ୍ଚଳ।

ଖବର ଅନୁସାରେ, ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଖଣ୍ଡାୟତସାହିରେ ପହଂଚିଛି ପାର୍ଥିବ ଶରୀର। ପ୍ରଶାସନ ପକ୍ଷରୁ ସହିଦ ଦେବାଶିଷଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି। ଗାଁ ଶ୍ମଶାନରେ ଦେବାଶିଷଙ୍କ ସମ୍ପର୍ଣ୍ଣ ହେବ ଶେଷକୃତ୍ୟ। ସକାଳୁ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିଥିଲା ସହିଦ ବୀର ଓଡ଼ିଆ ଯବାନ ଦେବାଶିଷ ବିଶ୍ୱାଳଙ୍କ ପାର୍ଥିବ ଶରୀର। ବିମାନ ବନ୍ଦରରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଅଯାଇଥିଲା। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପହଞ୍ଚି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ରାଜ୍ୟ ସରକାରଙ୍କ ମନ୍ତ୍ରୀ ତୁଷାରକାନ୍ତି ବେହେରା, ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେହିପରି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଜେପି ରାଷ୍ଟୀୟ ସମ୍ବିତ ପାତ୍ର ପ୍ରମୁଖ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସହିଦ ଦେବାଶିଷଙ୍କ ପତ୍ନୀ ଓ ପରିବାର ଲୋକ ମଧ୍ୟ ବିମାନବନ୍ଦରରେ ପହଞ୍ଚିଥିଲେ। ବିମାନ ବନ୍ଦରରେ ସହିଦଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ଏହା ପରେ ପାର୍ଥିବ ଶରୀରକୁ ଜନ୍ମମାଟିକୁ ନିଆଯାଇଛି। ସହିଦ ଯବାନଙ୍କ ପାଇଁ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.