Odisha Link
Bridging the Missing Links in Odisha

ବିଜେଡିର ନୂତନ କାର୍ଯ୍ୟାଳୟ ଉଦଘାଟନ କଲେ ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଲୋକାର୍ପିତ ହେଲା ଶାସକ ଦଳ ବିଜୁ ଜନତା ଦଳର ନୂତନ ରାଜ୍ୟ କାର୍ଯ୍ୟାଳୟ। ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବିଜୁ ଜନତା ଦଳର ନୂଆ କାର୍ଯ୍ୟାଳୟ ‘ଶଙ୍ଖ ଭବନ’ର ଉଦଘାଟନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

ଭୁବନେଶ୍ବର ୟୁନିଟ୍-୬ ସ୍ଥିତ ନବ ନିର୍ମିତ କାର୍ଯ୍ୟାଳୟ ସମ୍ମୁଖରେ ଏକ ବଡ଼ ଶଙ୍ଖ ପ୍ରତିମୂର୍ତ୍ତି ରହିଛି। ଯେଉଁଥିରେ ଚତୁର୍ଦ୍ଦାମୂର୍ତ୍ତି ଶୋଭାପାଉଛନ୍ତି। ସୁଦୃଶ୍ୟ ଅଟ୍ଟାଳିକା କଳା, ସ୍ଥାପତ୍ୟ, ଭାସ୍କର୍ଯ୍ୟର ଅପୂର୍ବ ନିଦର୍ଶନ ସାଜିଛି। ଆଜି ଉଦଘାଟନୀ କାର୍ଯ୍ୟାକ୍ରମରେ ମନ୍ତ୍ରୀ, ସାଂସଦ, ବିଧାୟକ ଓ ଦଳର ବରିଷ୍ଠ କର୍ମକର୍ତ୍ତା, ଛାମୁଆ ସଂଗଠନର ନେତୃବୃନ୍ଦ ଓ କର୍ମୀମାନେ ଉପସ୍ଥିତ ରହିଛନ୍ତି।

ମିଳିଥିବା ସୂଚନା ମୁତାବକ, ୩ମହଲା ବିଶିଷ୍ଟ ଏହି କୋଠାର ପ୍ରଥମ ମହାଲାରେ ପ୍ରେସ ଲାଉଞ୍ଜ ଓ ସମ୍ମିଳନୀ କକ୍ଷ ରହିଛି। ଦେଢ ହଜାର ଲୋକଙ୍କ ବସିବା ଭଳି ଏକ ବଡ଼ ସମ୍ମିଳନୀ କକ୍ଷ ରହିଛି। ଦ୍ବିତୀୟ ମହାଲାରେ ବରିଷ୍ଠ ଛାମୁଆ ସଂଗଠନ କର୍ମକର୍ତ୍ତାଙ୍କ କାର୍ଯ୍ୟାଳୟ ଏକ ଅଡିଟୋରିୟମର ବ୍ୟବସ୍ଥା କରାଯାଇଥିବା ବେଳେ ତୃତୀୟ ମହଲାରେ ସଭାପତିଙ୍କ କକ୍ଷ ରହିବ।

Leave A Reply

Your email address will not be published.