Odisha Link
Bridging the Missing Links in Odisha

ଜାଲ୍‌ ସାର୍ଟିଫିକେଟ ଘଟଣା: ଚାକିରିରୁ ବିଦା ହେଲେ କେନ୍ଦ୍ରାପଡ଼ାର ୩ ପୋଷ୍ଟମାଷ୍ଟର

ସମ୍ପୃକ୍ତ ୩ ବ୍ୟକ୍ତିଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଛି।

ଓଏଲ୍‌ ବ୍ୟୁରୋ: ନକଲି ସାର୍ଟିଫିକେଟ ଦେଇ ଚାକିରୀ କରିବା ଘଟଣା ସାମ୍ନାକୁ ଆସିଥିଲା। ପ୍ରଥମେ ବଲାଙ୍ଗୀରରୁ ଧରାପଡିଥିବା ନକଲି ସାର୍ଟିଫିକେଟ ରାକେଟ ଏବେ ସାରା ରାଜ୍ୟରେ ବ୍ୟାପିଥିବା, ଧିରେ ଧିରେ ସାମ୍ନାକୁ ଆସିବାରେ ଲାଗିଛି। ତେବେ ଏନେଇ ତଦନ୍ତ ପରେ କେନ୍ଦ୍ରାପଡ଼ା ଜାଲ୍‌ ସାର୍ଟିଫିକେଟ ଲିଙ୍କ୍‌ରେ ଚାକିରିରୁ ବିଦା ହେଲେ ୩ କର୍ମଚାରୀ। ଚାକିରୀରୁ ବିଦା ହୋଇଥିବା ୩ ଜଣ ହେଲେ ବ୍ରାଞ୍ଚ ପୋଷ୍ଟ ମାଷ୍ଟର। ସମ୍ପୃକ୍ତ ୩ ବ୍ୟକ୍ତିଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଛି। ତେବେ ଏନେଇ କାର୍ଯ୍ୟାନୁଷ୍ଠାନ ହୋଇଥିବା ସୂଚନା ଦେଲେ କେନ୍ଦ୍ରାପଡ଼ା ଡାକ ଅଧୀକ୍ଷକ।

ଖବର ଅନୁସାରେ, ଜାଲ୍‌ ସାର୍ଟିଫିକେଟ୍‌ ଦେଇ ଚାକିରି କରିବା ପ୍ରମାଣ ମିଳିବା ପରେ ଚାକିରିରୁ ବିଦା ହେଲେ ୩ କର୍ମଚାରୀ। ପଟ୍ଟାମୁଣ୍ଡାଇର ଦୁଇ ଓ ତେଣ୍ଡାକୁଡ଼ା ଅଞ୍ଚଳର ଜଣେ ବିଦା ହୋଇଥିବା ସୂଚନା ରହିଛି। ଜଣେ ଦୁଇ ବର୍ଷ ଓ ୨ ଜଣ ୬ ମାସ ହେଲା ଚାକିରି କରୁଥିଲେ। ତିନିହେଁ ଭଦ୍ରକର, ବାହାର ରାଜ୍ୟର ଫେକ୍‌ ସାର୍ଟିଫିକେଟ ଦେଇଥିଲେ। ମାମଲା ପରଠୁ ୩ ଅଭିଯୁକ୍ତ ଫେରାର ଅଛନ୍ତି କହିଲେ ଡାକ ଅଧୀକ୍ଷକ।

Leave A Reply

Your email address will not be published.