Odisha Link
Bridging the Missing Links in Odisha

ଭୂକମ୍ପରେ ଥରିଲା ଇଣ୍ଡୋନେସିଆ, ୨ଘଣ୍ଟା ପାଇଁ ସୁନାମି ଚେତାବନୀ ଜାରି

ସେଠାରେ ଦୁଇ ଘଣ୍ଟା ପାଇଁ ସୁନାମି ଚେତାବନୀ ଜାରି କରାଯାଇଛି।

ଓଏଲ୍‌ ବ୍ୟୁରୋ: ଭୂମିକମ୍ପରେ ଥରିଲା ଇଣ୍ଡୋନେସିଆ। ରିକ୍ଟର ସ୍କେଲ୍‌ରେ ଭୂମିକମ୍ପର ତୀବ୍ରତା ୭.୩ ରେକର୍ଡ କରାଯାଇଛି। ସୁମାତ୍ରା ଦ୍ବୀପର ପଶ୍ଚିମରେ ଭୂମିକମ୍ପର କେନ୍ଦ୍ରସ୍ଥଳ। ସେଠାରେ ଦୁଇ ଘଣ୍ଟା ପାଇଁ ସୁନାମି ଚେତାବନୀ ଜାରି କରାଯାଇଛି। ଏହି ବଡଧରଣର ଭୂକଂପରେ କେତେ ପରିମାଣରେ କ୍ଷୟକ୍ଷତି ହୋଇଛି ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

ସୂଚନା ଅନୁସାରେ, ଗତ ଏପ୍ରିଲ ୧୪ରେ ଇଣ୍ଡୋନେସିଆରେ ବଡ଼ଧରଣର ଭୂକମ୍ପ ଅନୁଭୂତ ହୋଇଥିବା ଜଣା ପଡିଥିଲା। ଇଣ୍ଡୋନେସିଆର ଜାଭାରେ ଏହି ବଡଧରଣର ଭୂକମ୍ପ ଅନୁଭୂତ ହୋଇଥିଲା। ଜାଭାରେ ହୋଇଥିବା ଏହି ବଡଧରଣର ଭୂକଂପର ତୀବ୍ରତା ରିକ୍ଟର ସ୍କେଲରେ ୬.୬ ରେକର୍ଡ କରାଯାଇଥିଲା।

Leave A Reply

Your email address will not be published.