Odisha Link
Bridging the Missing Links in Odisha

ସମ୍ବଲପୁରରେ ସ୍ୱାଭାବିକ ହେଉଛି ଜୀବନଯାତ୍ରା, ପୁଣି କୋହଳ ହେଲା କର୍ଫ୍ୟୁ

ରାତି ୧୦ଟାରୁ ଭୋର ୫ଟା ଯାଏଁ ସହରରେ କର୍ଫ୍ୟୁ କଟକଣା ବଳବତର ରହିବ।

ଓଏଲ୍‌ ବ୍ୟୁରୋ: ସମ୍ବଲପୁରରେ ପୁଣି କୋହଳ ହେଲା କର୍ଫ୍ୟୁ। ଧୀରେ ଧୀରେ ସ୍ୱାଭାବିକ ହେଉଛି ସମ୍ବଲପୁର ସହରରେ ଜୀବନଯାତ୍ରା। ଲୋକମାନେ ନିଜ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କିଣିବା ପାଇଁ ବାହାରକୁ ଆସୁଛନ୍ତି। ଦୀର୍ଘ ଦିନର ବ୍ୟବଧାନ ସମ୍ବଲପୁରରେ ମୋବାଇଲ ଇଣ୍ଟରନେଟ ସେବା ଉପଲବ୍ଧ ହୋଇଛି। ସମ୍ବଲପୁରରେ କର୍ଫ୍ୟୁ କଟକଣା କୋହଳ ହୋଇଥିବା ବେଳେ ଭୋର ୫ଟାରୁ ରାତି ୧୦ଟା ଯାଏଁ କର୍ଫ୍ୟୁ କଟକଣା କୋହଳ ରହିଛି। ରାତି ୧୦ଟାରୁ ଭୋର ୫ଟା ଯାଏଁ ସହରରେ କର୍ଫ୍ୟୁ କଟକଣା ବଳବତର ରହିବ। ତେବେ ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ।

ଅନ୍ୟପକ୍ଷେ, ସମ୍ବଲପୁର ହନୁମାନ ଜୟନ୍ତୀ ରାଲି ସମୟରେ ହୋଇଥିବା ହିଂସାକାଣ୍ଡକୁ ନେଇ ଗତ କିଛି ଦିନ ହେବ ଇଣ୍ଟେରନେଟ ସେବାରୁ ବଂଚିତ ଥିଲେ ସମ୍ବଲପୁର ବାସିନ୍ଦା। ସୋସିଆଲ୍‌ ମିଡିଆର ଅପବ୍ୟବହାର ଆଶଙ୍କାରେ ଏହି କଟକଣା କରାଯାଇଥିଲା। ଇଣ୍ଟରନେଟ୍ ସେବା ବନ୍ଦ ଥିବାରୁ ସମ୍ବଲପୁରବାସୀ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ତେବେ ୨ଦିନ ପୂର୍ବରୁ ସମ୍ବଲପୁର ସହରରେ ମୋବାଇଲ ଇଣ୍ଟରନେଟ ସେବା ଉପଲବ୍ଧ ହୋଇଥିବା ସୂଚନା ରହିଛି। କର୍ଫ୍ୟୁ କୋହଳ ହୋଇଥିବାବେଳେ ଦିନକରେ ୧୭ ଘଣ୍ଟା ଖୋଲା ରହିବ ସହର।

Leave A Reply

Your email address will not be published.