Odisha Link
Bridging the Missing Links in Odisha

ବ୍ରଜରାଜନଗରରେ ଚେଷ୍ଟା କରିଥିଲେ, ଝାରସୁଗୁଡ଼ା ବେଳେ ମିିଶିଗଲେ

ଓଏଲ୍‌ ବ୍ୟୁରୋ: ଉପନିର୍ବାଚନ ପାଇଁ ଉଠୁଛି ପଡ଼ୁଛି ଝାରସୁଗୁଡ଼ା। ଝାରସୁଗୁଡ଼ା ସିଂହାସନ ଦଖଲ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ କରୁଛନ୍ତି ଜୋରଦାର କସରତ। ମେ’୧୦ରେ ପଡ଼ିବ ଭୋଟ। ତାପୂର୍ବରୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନୂଆ ନୂଆ ରଣନୀତି ଆପଣାଉଛନ୍ତି ବିଭିନ୍ନ ଦଳ। ନିର୍ବାଚନକୁ ଆଉ ୬ ଦିନ ବାକିଥିବା ବେଳେ ଶାସକ ବିଜୁ ଜନତା ଦଳ ଖେଳିଛି ମାଷ୍ଟର ଷ୍ଟ୍ରୋକ୍‌। ଗତକାଲି ଯେଉଁ ନେତା ବିଜେପି ପାଇଁ ପ୍ରଚାର କରୁଥିଲା। ଆଜି ସେହି ନେତା ବିଜେଡିରେ ସାମିଲ ହୋଇଛି ଶଙ୍ଖ ଫୁଙ୍କିଛି। ଝାରସୁଗୁଡ଼ାର ବିଜେପି ସଭାପତି ମଙ୍ଗଳ ସାହୁ ବିଜେଡିରେ ଯୋଗ ଦେଇଛନ୍ତି। ଅନ୍ୟପଟେ ବିଜେପି କହିଛି ଯେ, ମଙ୍ଗଳ ସାହୁ ଯିବା ଫଲରେ କିଛିବି ଫରକ ପଡ଼ିବନି।

ଦଳ ଛାଡ଼ିବା ନେଇ ମଙ୍ଗଳ ସାହୁ ବର୍ଷକ ତଳୁ ଆଭାସ ଦେଇଥିଲେ। ହେଲେ ବିଜେପି ତାହା ବୁଝିପାରିନଥିଲା। ଗତବର୍ଷ ବ୍ରଜରାଜନଗର ଉପନିର୍ବାଚନ ସମୟରେ ମଙ୍ଗଳ ସାହୁ ବିଜେପିକୁ ଦୁର୍ବିଧାରେ ପକାଇଥିଲେ। ଗତବର୍ଷ ବ୍ରଜରାଜନଗର ଉପନିର୍ବାଚନ ସମୟରେ ମଧ୍ୟ ଝାରସୁଗୁଡା ଜିଲ୍ଲା ବିଜେପି ସଭାପତି ମଙ୍ଗଲ ସାହୁ ନିଜ ପଦବୀରୁ ଇସ୍ତଫା ପତ୍ର ଦେଇଥିଲେ। ରାଧାରାଣୀ ପଣ୍ଡାକୁ ଟିକେଟ ମିଳିବା ପରେ ସେ ଇସ୍ତଫା ପତ୍ର ଦେଇଥିଲେ। ପରେ ଦଳର ଶୀର୍ଷ ନେତୃତ୍ବ ବୁଝାସୁଝା କରିବା ପରେ ସେ ଇସ୍ତଫା ପତ୍ର ପ୍ରତ୍ୟାହାର କରିଥିଲେ। ଆଉ ଦଳ ପାଇଁ କାମ କରଥିଲେ।

ଠିକ୍‌ ବର୍ଷକ ପରେ ଝାରସୁଗୁଡ଼ା ଉପନିର୍ବାଚନ ଚାଲିଥିବା ମସୟରେ ବିଜେପି ଛାଡ଼ି ବିଜେଡି ଶିବିରରେ ଯୋଗ ଦେଇଛନ୍ତି। ଅନ୍ୟପଟେ ଭାରତୀୟ ଜନତା ପାର୍ଟିର ଜଣେ ନେତା କହିଛନ୍ତି ଯେ, ମଙ୍ଗଳ ସାହୁ ଦଳ ଛାଡ଼ିକି ଗଲେ ତାଙ୍କ ସ୍ବଇଚ୍ଛା। ସେ ଦଳ ଛାଡ଼ିଗଲେ ଆମ ଦଳ ଉପରେ କିଛି ବି ଫରକ ପଡ଼ିବନି। ଆମେ ଲୋକଙ୍କ ସହିତ ଠିଆ ହେଇଛୁ ଆଗକୁ ମଧ୍ୟ ରହିବୁ ବୋଲି ସେ କହିଛନ୍ତି।

Leave A Reply

Your email address will not be published.