Odisha Link
Bridging the Missing Links in Odisha

ପୁରୀ ସମୁଦ୍ରରେ ଲାଗିଲା ରେଡ୍ ଫ୍ଲାଗ୍, ଅଘଟଣ ଘଟିଥିବାରୁ ସତର୍କ ସୂଚନା

ଦୁର୍ଘଟଣା ଘଟିଥିବାରୁ ସମୁଦ୍ରର ୧୩ନଂ ସେକ୍ଟରକୁ ଯିବା ପାଇଁ ନିଷେଧ କରାଯାଇଛି।

ଓଏଲ୍‌ ବ୍ୟୁରୋ: ପୁରୀ ମହୋଦଧୀରେ ଲାଗିଲା ରେଡ୍ ଫ୍ଲାଗ୍। ଦୁଇ ଦିନରେ ୪ ଜଣ ପର୍ଯ୍ୟଟକଙ୍କ ସମୁଦ୍ରରେ ବୁଡ଼ି ମୃତ୍ୟୁ ହୋଇଥିବାରୁ ଏଭଳି ପଦକ୍ଷେପ ନିଆଯାଇଅଛି। ଦୁର୍ଘଟଣା ଘଟିଥିବାରୁ ସମୁଦ୍ରର ୧୩ନଂ ସେକ୍ଟରକୁ ଯିବା ପାଇଁ ନିଷେଧ କରାଯାଇଛି। ଦୁଇଦିନ ହେବ ସମୁଦ୍ରରେ ଗାଧୋଇବା ବେଳେ ଘଟିଥିଲା ଅଘଟଣ। ପାଣିରେ ବୁଡି ଚାଲିଯାଇଥିଲା ପର୍ଯ୍ୟଟକଙ୍କ ଜୀବନ। ପୁରୀ ସମୁଦ୍ରରେ ବୁଡ଼ି ୨ ବଙ୍ଗୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଥିଲା ସେକ୍ଟର ୧୩ କ୍ୟାମେଲିଆ ହୋଟେଲ ସମ୍ମୁଖ ସମୁଦ୍ରରେ ଅଘଟଣ ଘଟିଥିଲା।

ପୂର୍ବରୁ ସମୁଦ୍ରରେ ଗାଧୋଇବା ବେଳେ ପାଣିରେ ବୁଡ଼ି ୨ ପର୍ଯ୍ୟଟକ ମୃତ୍ୟୁ ହୋଇଥିଲା। ପୁରୀ ସ୍ୱର୍ଗଦ୍ୱାର ନିକଟ ୧୩ନଂ ସେକ୍ଟରରେ ଗାଧୋଇବା ବେଳେ ଘଟିଥିଲା ଏହି ଅଘଟଣ। ତେବେ ଗାଧୋଇବା ସମୟରେ ୩ ପର୍ଯ୍ୟଟକ ପାଣିରେ ବୁଡି ଯାଇଥିଲେ। ୩ଜଣ ପର୍ଯ୍ୟଟକଙ୍କ ମଧ୍ୟରୁ ଜଣେ ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର ହୋଇଥିବାବେଳେ ଆଉ ୨ଜଣଙ୍କ ମୃତ୍ୟୁ ହୋଇଥିଲା। ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର ହୋଇଥିବା ଆହତ ବ୍ୟକ୍ତିଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସମସ୍ତ ୩ ପର୍ଯ୍ୟଟକ ପଶ୍ଚିମବଙ୍ଗରୁ ଆସିଥିବା ସୂଚନା ରହିଥିଲା। ଏହା ପରେ ପୁଣି ଅଘଟଣ ଘଟିଥିବାରୁ ସେ ସ୍ଥାନରେ ପ୍ରବେଶ ନିଷେଧ କରାଯାଇଛି।

Leave A Reply

Your email address will not be published.