Odisha Link
Bridging the Missing Links in Odisha

ପାକିସ୍ଥାନୀ ଏଜେଣ୍ଟକୁ ଓଟିପି ସେୟାର ଘଟଣା: ଯାଞ୍ଚ ହେବ ୩ ଅଭିଯୁକ୍ତ ଓଡ଼ିଆଙ୍କ ବ୍ୟାଙ୍କ ଆକାଉଣ୍ଟ

ଅଭିଯୁକ୍ତଙ୍କ ନାଁରେ ୫୦ ରୁ ଅଧିକ ଆକାଉଣ୍ଟ ରହିଥିବା ସୂଚନା ମିଳିବା ପରେ ଏହି ପଦକ୍ଷେପ ନେବାକୁ ସ୍ଥିର କରିଛି ତଦନ୍ତକାରି ସଂସ୍ଥା।

ଓଏଲ୍‌ ବ୍ୟୁରୋ: ପାକିସ୍ଥାନୀ ଏଜେଣ୍ଟକୁ ଓଟିପି ସେୟାର କରି ୩ ଓଡ଼ିଆ ଗିରଫ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା। ଓଡିଶାରୁ ପାକିସ୍ତାନ ଲିଙ୍କ ମାମଲାରେ ଯାଞ୍ଚ ହେବ ତିନି ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ। ଅଭିଯୁକ୍ତଙ୍କ ନାଁରେ ୫୦ ରୁ ଅଧିକ ଆକାଉଣ୍ଟ ରହିଥିବା ସୂଚନା ମିଳିବା ପରେ ଏହି ପଦକ୍ଷେପ ନେବାକୁ ସ୍ଥିର କରିଛି ତଦନ୍ତକାରି ସଂସ୍ଥା।

ପାକିସ୍ଥାନୀ ଏଜେଣ୍ଟକୁ ଓଟିପି ସେୟାର ଘଟଣାକୁ ନେଇ ତଦନ୍ତ ଜାରି ରହିଥିବାବେଳେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିଛି ଏସଟିଏଫ। ୫ ଦିନିଆ ରିମାଣ୍ଡ ଆବେଦନ କଲା ଏସଟିଏଫ। ଜବତ ହୋଇଥିବା ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ଜାଣିବାକୁ ବ୍ୟାଙ୍କକୁ ଚିଠି ଲେଖିବ ଏସଟିଏଫ। ତେବେ ଓଟିପି ସେୟାର କରିବା ଘଟଣାରେ ସମ୍ପୃକ୍ତ ଥିବା ୩ ଓଡ଼ିଆ ଗିରଫ ହୋଇଥିଲେ। ଏହି ମାମଲାରେ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.