Odisha Link
Bridging the Missing Links in Odisha

ଦେଶର ୭୧ ହଜାର ନବ ନିଯୁକ୍ତ କର୍ମଚାରୀଙ୍କୁ ମିଳିଲା ନିଯୁକ୍ତିପତ୍ର, ସମ୍ଭୋଧନ କଲେ ପ୍ରଧାନମନ୍ତ୍ରୀ

ଦେଶର ୪୫ଟି ସ୍ଥାନରେ ରୋଜଗାର ମେଳା ଅନୁଷ୍ଠିତ ହୋଇଛି।

ଓଏଲ୍‌ ବ୍ୟୁରୋ: ଆଜି ଦେଶର ୭୧ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନବ ନିଯୁକ୍ତ କର୍ମଚାରୀଙ୍କୁ ସମ୍ବୋଧନ କରିବା ସହ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ଦେଶର ୪୫ଟି ସ୍ଥାନରେ ରୋଜଗାର ମେଳା ଅନୁଷ୍ଠିତ ହୋଇଛି।

ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଡି ହୋଇ ନବ ନିଯୁକ୍ତ କର୍ମଚାରୀଙ୍କୁ ସମ୍ବୋଧନ କରିଛନ୍ତି। ସେ ଉଦବୋଧନ ଦେଇ କହିଛନ୍ତି ଯେ, ଯୁବକମାନଙ୍କୁ ସଶକ୍ତ କରିବା ଏବଂ ଜାତୀୟ ବିକାଶରେ ସେମାନଙ୍କର ଅଂଶଗ୍ରହଣକୁ ମଜବୁତ କରିବା ପାଇଁ ରୋଜଗର ମେଳା ମାଧ୍ୟମରେ ପ୍ରୟାସ କରାଯାଉଛି।

ଗ୍ରାମୀଣ ଡାକ ସେବକ, ଡାକ ଇନ୍ସପେକ୍ଟର, କମର୍ସିଆଲ କମ୍ ଟିକଟ କ୍ଲର୍କ, ଟ୍ରାକ ମେଣ୍ଟେନାନ୍ସ ଆଦି ପଦବୀ ଗୁଡିକ ପାଇଁ ନିଯୁକ୍ତି ପତ୍ର ଦିଆଯାଇଛି। କେନ୍ଦ୍ର ସରକାରଙ୍କ ନିଯୁକ୍ତି ସୃଷ୍ଟି ଅଭିଯାନ ଅନ୍ତର୍ଗତ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ନବନିଯୁକ୍ତ କର୍ମଚାରୀମାନେ କର୍ମଯୋଗୀ ପ୍ରାରମ୍ଭ ମାଧ୍ୟମରେ ନିଜକୁ ତାଲିମ କରିବାର ସୁଯୋଗ ପାଇବେ।

Leave A Reply

Your email address will not be published.