Odisha Link
Bridging the Missing Links in Odisha

ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିରରେ ଭିନ୍ନକ୍ଷମ ଭକ୍ତଙ୍କ ପାଇଁ ହେବ ସ୍ୱତନ୍ତ୍ର ସୁବିଧା: ହାଇକୋର୍ଟ

ମାସକ ମଧ୍ୟରେ ସମସ୍ତ ସୁବିଧା କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବା ଜଣା ପଡିଛି।

ଓଏଲ୍‌ ବ୍ୟୁରୋ: ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ପୁରୀକୁ ପ୍ରତିଦିନ ଅନେକ ଭକ୍ତଙ୍କ ସୁଅ ଛୁଟୁଛି। ଶ୍ରୀମନ୍ଦିରରେ ଭିନ୍ନକ୍ଷମ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଅସୁବିଧାର ସମ୍ମୁଖୀନ ହେଉଥିବା ଖବର ସାମ୍ନାକୁ ଆସୁଛି। ଯାହାକୁ ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ଏହି ମାମଲା କ୍ରମେ ହାଇକୋର୍ଟ ଶୁଣାଣି କରି ଭିନ୍ନକ୍ଷମ ଭକ୍ତ କିପରି ସୁବିଧାରେ ମହାପ୍ରଭୁଙ୍କ ଦର୍ଶନ କରିପାରେ ଏନେଇ ସ୍ୱତନ୍ତ୍ର ବ୍ୟବସ୍ତା କରାଯିବାକୁ କହିଛନ୍ତି। ମାସକ ମଧ୍ୟରେ ସମସ୍ତ ସୁବିଧା କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବା ଜଣା ପଡିଛି।

ଅନ୍ୟପଟେ, ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏନେଇ ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ଚଳଚଞ୍ଚଳ ହୋଇ ଉଠିଛି ରଥଖଳା। ଏବେ ସୁଦ୍ଧା ତିନି ରଥର ମୋଟ ୪୨ଟି ଚକରୁ ୩୩ଟି ଚକର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବାବେଳେ ତିନି ରଥର ବାକି ଥିବା ଅଖର ନିର୍ମାଣ କାର୍ଯ୍ୟ ଚାଲିଛି। ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରଶାସନ ଏବଂ ସେବାୟତ ମଧ୍ୟ ନିଜ ନିଜ କାମରେ ଲାଗିପଡିଛନ୍ତି। ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିରରେ ଭିନ୍ନକ୍ଷମ ଭକ୍ତଙ୍କ ପାଇଁ ହେବ ସ୍ୱତନ୍ତ୍ର ସୁବିଧା।

Leave A Reply

Your email address will not be published.