Odisha Link
Bridging the Missing Links in Odisha

ଉଚ୍ଛେଦ ହେଲା ସ୍ୱର୍ଗତ ଡି ପ୍ରକାଶ ରାଓଙ୍କ ଚା’ ଦୋକାନ, ମାଟିରେ ମିଶିଲା ପଦ୍ମଶ୍ରୀଙ୍କ ପ୍ରିୟ ସ୍ମୃତି

ପାଖାପାଖି ୫୦ ବର୍ଷର ଚା’ ଦୋକାନକୁ ଚଳାଇ ସେ ଶତାଧିକ ଅନାଥ ଓ ବସ୍ତି ପିଲାଙ୍କ ପାଇଁ ଏକ ସ୍କୁଲ ନିର୍ମାଣ କରିଥିଲେ।

ଓଏଲ୍‌ ବ୍ୟୁରୋ: କଟକରେ ଜବରଦଖଲ ଉଚ୍ଛେଦ ସମୟରେ ବାଦ ପଡ଼ିଲାଣି ପଦ୍ମଶ୍ରୀ ସ୍ୱର୍ଗତ ଡି ପ୍ରକାଶ ରାଓଙ୍କ ପ୍ରିୟ ସ୍ମୃତି। ମାଟିରେ ମିଶିଲା ପଦ୍ମଶ୍ରୀ ସ୍ୱର୍ଗତ ଡି ପ୍ରକାଶ ରାଓଙ୍କ ଚା’ ଦୋକାନ। ପଦ୍ମଶ୍ରୀଙ୍କ ପ୍ରିୟ ଟି’ ଷ୍ଟଲରେ ବୁଲଡୋଜର ବୁଲାଇବା ପରେ ଚା ଦୋକାନ ଭାଙ୍ଗି ରୁଜି ଯାଇଛି। ସ୍ୱର୍ଗତ ରାଓଙ୍କ ପରିବାର ସିଏମସିର ଏଭଳି କାର୍ଯ୍ୟକୁ ନିନ୍ଦା କରିଛନ୍ତି। ପାଖାପାଖି ୫୦ ବର୍ଷର ଚା’ ଦୋକାନକୁ ଚଳାଇ ସେ ଶତାଧିକ ଅନାଥ ଓ ବସ୍ତି ପିଲାଙ୍କ ପାଇଁ ଏକ ସ୍କୁଲ ନିର୍ମାଣ କରିଥିଲେ। ବର୍ତମାନ ତାଙ୍କ ଝିଅ ଭାନୁପ୍ରିୟା ଚାକିରି ଛାଡ଼ି ସ୍କୁଲ ସମ୍ଭାଳିଛନ୍ତି।

ଦେବରପଲ୍ଲୀ ପ୍ରକାଶ ରାଓ ଯିଏକି ଡି ପ୍ରକାଶ ରାଓ ନାମରେ ବେଶ ଜଣାଶୁଣା। ଓଡ଼ିଶାର ସେ ଜଣେ ସମାଜସେବୀ ଥିଲେ। ସେ କଟକରେ ବିଭିନ୍ନ ବସ୍ତିରେ ରହୁଥିବା ଗରିବ ଓ ଅନାଥ ଶିଶୁମାନଙ୍କ ପାଇଁ ଶିକ୍ଷାଦାନର ବ୍ୟବସ୍ଥା ଓ ରକ୍ତଦାନ ଭଳି ସମାଜସେବା ନିମନ୍ତେ ୨୦୧୯ ମସିହାରେ ଭାରତର ସାଧାରଣତନ୍ତ୍ର ଦିବସରେ ତତ୍କାଳୀନ ରାଷ୍ଟ୍ରପତିଙ୍କଠାରୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଥିଲେ। ବୃତ୍ତିରେ ସେ ଜଣେ ଚା’ ବିକାଳି ଥିଲେ। ଜଣେ ଚା’ ଦୋକାନୀ ହୋଇ ସମାଜ ପ୍ରତି ଥିବା ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍କୁଲକୁ ସହାୟତା ଦିଆଯାଇଥିଲା।

ଡି ପ୍ରକାଶ ରାଓ ୨୦୧୯ରେ ତତ୍କାଳୀନ ରାଷ୍ଟ୍ରପତିଙ୍କ ଠାରୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଥିଲେ। କେବଳ ସେତିକି ନୁହେଁ, ଇଣ୍ଟରନ୍ୟାସନାଲ ହ୍ୟୁମାନ ରାଇଟସ ପୁରସ୍କାର, ଆନିବେଶାନ୍ତ ସମ୍ମାନ, ଭାରତ ବିକାଶ ସମ୍ମାନରେ ସେ ସମ୍ମାନିତ ହୋଇଥିଲେ। ୨୦୨୧ ମସିହା ଜାନୁଆରୀ ୧୩ ତାରିଖରେ କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇ ୬୩ ବର୍ଷ ବୟସରେ ଆଖିବୁଜିଥିଲେ ପଦ୍ମଶ୍ରୀ ଡି ପ୍ରକାଶ ରାଓ।

Leave A Reply

Your email address will not be published.