Odisha Link
Bridging the Missing Links in Odisha

ଆସନ୍ତାକାଲି ପୁରୀରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଉଦ୍‌ଘାଟନ

ଆସନ୍ତାକାଲି ପୁରୀରେ ହେବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କାର୍ଯ୍ୟକ୍ରମରେ ସେ ଯୋଗ ଦେବେ।

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲିଠୁ ଗଡ଼ିବ ହାଓ୍ବଡା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍। ଭିଡିଓ କନଫରେନ୍ସିଂ ମାଧ୍ୟମରେ ପିଏମ୍‌ ମୋଦି କରିବେ ଏହାର ଶୁଭାରମ୍ଭ। ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଶୁଭାରମ୍ଭ ସମାରୋହରେ ଯୋଗ ଦେବାପାଇଁ ଆଜି ଭୁବେନଶ୍ବର ଫେରୁଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଆଜି ସନ୍ଧ୍ୟା ୮ଟା ସମୟରେ ସେ ଭୁବନେଶ୍ବରରେ ପହଁଞ୍ଚିବେ ବୋଲି ସୂଚନା ରହିଛି।

ବର୍ତ୍ତମାନ ହରିୟାଣା ଗସ୍ତରେ ଅଛନ୍ତି ରାଜ୍ୟପାଳ। ଆସନ୍ତା ୨୨ ତାରିଖରେ ସେ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ଥିଲା। ହେଲେ ସେ ଆଜି ରାତି ୮ଟାରେ ସେ ଭୁବନେଶ୍ୱର ଫେରିବେ। ଆସନ୍ତାକାଲି ପୁରୀରେ ହେବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କାର୍ଯ୍ୟକ୍ରମରେ ସେ ଯୋଗ ଦେବେ। ପରେ ଫୁଣି ହରିୟାଣା ଫେରିଯିବାର କାର୍ଯ୍ୟକ୍ରମ ରହିଛି।

ଆସନ୍ତାକାଲି ଅର୍ଥାତ ଗୁରୁବାର ଦିନ ୧୦.୩୦ରେ ପୁରୀରୁ ବନ୍ଦେଭାରତ ଏକ୍ସପ୍ରେସର ଶୁଭାରମ୍ଭ ହେବାର କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି କାର୍ଯ୍ୟକ୍ରମକୁ ଭରଚୁଆଲ ମୋଡ଼ରେ ଆରମ୍ଭ କରିବେ ମୋଦି। ପୁରୀରେ ହେବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସ୍ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ତାଙ୍କ ସହ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି।

Leave A Reply

Your email address will not be published.