Odisha Link
Bridging the Missing Links in Odisha

ମାଟ୍ରିକ୍ ରେଜଲ୍ଟ; ଛାତ୍ରଙ୍କୁ ପଛରେ ପକାଇଲେ ଛାତ୍ରୀ, ଏଥର ହେବ ସପ୍ଲିମେଣ୍ଟାରୀ ପରୀକ୍ଷା

ପୂର୍ବ ବର୍ଷ ହୋଇନଥିଲା ସପ୍ଲିମେଣ୍ଟାରୀ ପରୀକ୍ଷା।

ଓଏଲ୍‌ ବ୍ୟୁରୋ: ପ୍ରକାଶ ପାଇଲା ମାଟ୍ରିକ୍ ରେଜଲ୍ଟ। ଚଳିତ ବର୍ଷ ପାସ୍ ହାର ୯୬ ପ୍ରତିଶତରୁ ଅଧିକ। ପୁଣି ପାସ୍ ହାରରେ ଆଗରେ ରହିଲେ ଛାତ୍ରୀ। ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଚଳିତବର୍ଷ ଅଧିକ। ଏଥର ୯୭.୦୫ ପ୍ରତିଶତ ଛାତ୍ରୀଙ୍କର ରହିଛି ପାସ୍ ହାର। ଏପଟେ ଛାତ୍ରଙ୍କ ପାସ୍ ଅଛି ୯୫.୭୫ ପ୍ରତିଶତ। ତେବେ ମୋଟ୍ ୫ଲକ୍ଷ ୧୬ ହଜାର ୪୨୬ ଜଣ ପିଲା ପାସ୍ କରିଛନ୍ତି। ତେବେ ପୂର୍ବ ଭଳି ଗୋଟେ ପେପରରେ ଫେଲ ହୋଇଥିବା ଛାତ୍ରଛାତ୍ରୀ ଚଳିତ ବର୍ଷ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇପାରିବେ। ପୂର୍ବ ବର୍ଷ ହୋଇନଥିଲା ସପ୍ଲିମେଣ୍ଟାରୀ ପରୀକ୍ଷା।

ଚଳିତ ବର୍ଷ କଟକ-ଜଗତସିଂହପୁରରେ ମାଟ୍ରିକ୍ ରେଜଲ୍ଟ ପାସ୍ ହାର ସର୍ବାଧିକ ୯୭.୯୯ ପ୍ରତିଶତ ରହିଥିବାବେଳେ ମାଲକାନଗିରିରେ ସର୍ବନିମ୍ନ ୯୨.୬୮ ପ୍ରତିଶତ ପାସ୍ ହାର ରହିଛି। ୯୦ପ୍ରତିଶତରୁ ଅଧିକ ରଖିଛନ୍ତି ୪,୧୫୮, ସେହିଭଳି ୮୦ ପ୍ରତିଶତରୁ ଅଧିକ ରଖିଛନ୍ତି ୨୯,୮୩୮ ଛାତ୍ରଛାତ୍ରୀ। ଛାତ୍ରୀଙ୍କ ପାସ୍‌ ହାର ୯୭.୦୫% ଓ ଛାତ୍ରଙ୍କ ପାସ୍‌ ହାର ୯୫.୭୫%। ୩ ହଜାର ୨୨୨ ସ୍କୁଲ୍‌ରେ ଶତପ୍ରତିଶତ ରେଜଲ୍ଟ ହୋଇଛି। ୯୦%ରୁ ଅଧିକ ନମ୍ବର ରଖିଥିବା ଝିଅଙ୍କ ସଂଖ୍ୟା ୨,୨୫୪। ୯୦%ରୁ ଅଧିକ ନମ୍ବର ରଖିଥିବା ପୁଅଙ୍କ ସଂଖ୍ୟା ୧,୯୦୪। ଷ୍ଟେଟ୍‌ ଓପନ୍‌ ସ୍କୁଲ୍‌ ପାସ୍‌ ହାର ୭୫.୦୭%, ମଧ୍ୟମା ୮୫.୯୪%।

Leave A Reply

Your email address will not be published.