Odisha Link
Bridging the Missing Links in Odisha

ପାଣିପାଗ ପର୍ଯ୍ୟବେକ୍ଷଣ କେନ୍ଦ୍ର କଟକକୁ ମିଳିଲା ଐତିହାସିକ ମାନ୍ୟତା

ପାଣିପାଗ ପର୍ଯ୍ୟବେକ୍ଷଣ କେନ୍ଦ୍ର କଟକକୁ ବିଶ୍ୱ ମାନଚିତ୍ରରେ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରାଯାଇଛି।

ଓଏଲ୍‌ ବ୍ୟୁରୋ: ପାଣିପାଗ ପର୍ଯ୍ୟବେକ୍ଷଣ କେନ୍ଦ୍ର କଟକ ୨୩ ମାର୍ଚ୍ଚ ୧୮୬୭ ସ୍ଥାପନ ହୋଇଥିଲା। ଦୀର୍ଘ ୧୫୬ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ପାଣିପାଗ ପର୍ଯ୍ୟବେକ୍ଷଣ ପାଇଁ ବିଶ୍ୱପାଣିପାଗ ସଂସ୍ଥାନ ଦ୍ୱାରା ପାଣିପାଗ ପର୍ଯ୍ୟବେକ୍ଷଣ କେନ୍ଦ୍ର କଟକକୁ ଐତିହାସିକ ପାଣିପାଗ ପର୍ଯ୍ୟବେକ୍ଷଣ କେନ୍ଦ୍ରର ପରିଚୟ ମିଳିଛି।

ଦୀର୍ଘକାଳୀନ ପରିବେଶ ପର୍ଯ୍ୟବେକ୍ଷଣ ମାନବଜାତିର ଅପୂରଣୀୟ ସାଂସ୍କୃତିକ ଏବଂ ବୈଜ୍ଞାନିକ ଐତିହର ଏକ ଅଂଶ। ଯାହା ଦୀର୍ଘକାଳୀନ ଉଚ୍ଚ-ଗୁଣାତ୍ମକ ପର୍ଯ୍ୟବେକ୍ଷଣ ପାଇଁ ବର୍ତ୍ତମାନ ଏବଂ ଭବିଷ୍ୟତ ପିଢ଼ିର ଆବଶ୍ୟକତାକୁ ପୂରଣ କରେ। ପାଣିପାଗ ପର୍ଯ୍ୟବେକ୍ଷଣ କେନ୍ଦ୍ର କଟକକୁ ବିଶ୍ୱ ମାନଚିତ୍ରରେ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରାଯାଇଛି।

୧୦୦ ବର୍ଷରୁ ଅଧିକ ଦିନ ଧରି ପାଣିପାଗ ସମ୍ପର୍କିତ ପର୍ଯ୍ୟବେକ୍ଷଣ ସୂଚନା ପ୍ରଦାନ କରିଆସୁଥିବାରୁ ବିଶ୍ୱ ପାଣିପାଗ ସଂସ୍ଥାନ ଦ୍ୱାରା ଐତିହାସିକ ପାଣିପାଗ ପର୍ଯ୍ୟବେକ୍ଷଣ ସୂଚନା ପ୍ରଦାନ କରି କେନ୍ଦ୍ର ଭାବେ ମାନପତ୍ର ପ୍ରଦାନ କରାଯାଇଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଦ୍ୱାରା ସୂଚନା ଜାରି କରାଯାଇଛି।

Leave A Reply

Your email address will not be published.