Odisha Link
Bridging the Missing Links in Odisha

ଉଚ୍ଚ ଶିକ୍ଷା ବିଭାଗର କଡ଼ା ପଦକ୍ଷେପ, ୨୨୩ଟି କଲେଜର ପ୍ରିନ୍ସପାଲଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ

କେବଳ ପ୍ରିନ୍ସପାଲଙ୍କ ଦରମା ନୁହେଁ ବରଂ ମୁଖ୍ୟ କିରାଣି/କିରାଣିଙ୍କ ଦରମା ବନ୍ଦ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛି ଉଚ୍ଚ ଶିକ୍ଷା ବିଭାଗ।

ଓଏଲ୍‌ ବ୍ୟୁରୋ: କର୍ତ୍ତବ୍ୟରେ ଅବହେଳା କରିବା ପଡିଲା ମହଙ୍ଗା। ୨୨୩ଟି କଲେଜର ପ୍ରିନ୍ସପାଲଙ୍କ ଦରମା ବନ୍ଦ କଲା ଉଚ୍ଚ ଶିକ୍ଷା ବିଭାଗ। କର୍ତ୍ତବ୍ୟରେ ଅବହେଳା ପାଇଁ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କେବଳ ପ୍ରିନ୍ସପାଲଙ୍କ ଦରମା ନୁହେଁ ବରଂ ମୁଖ୍ୟ କିରାଣି/କିରାଣିଙ୍କ ଦରମା ବନ୍ଦ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛି ଉଚ୍ଚ ଶିକ୍ଷା ବିଭାଗ। ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏକ ଲିଖିତ ନିର୍ଦ୍ଦେଶନାମା ଜାରି କରାଯାଇଛି। ଯାହା ୨୨୩ଟି କଲେଜର ଦରମା ବନ୍ଦ ହୋଇଥିବା ପ୍ରିନ୍ସପାଲ, ମୁଖ୍ୟ କିରାଣି/କିରାଣିଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି।

Leave A Reply

Your email address will not be published.