ଆରମ୍ଭ ହୋଇଛି ଶ୍ରାବଣ ମାସ, କପିଳାଶରେ ମାତ୍ର ୩ ଦିନ କାଉଡ଼ିଆ କରିବେ ଜଳାଭିଷେକ
ଏଥର ଜୁଲାଇ ଏବଂ ଅଗଷ୍ଟ ୨୦୨୩ରେ ଶ୍ରାବଣ ଦୁଇମାସ ହେବ।

ଓଏଲ ବ୍ୟୁରୋ: ଆରମ୍ଭ ହୋଇଛି ଶ୍ରାବଣ ମାସ। ଭାରତୀୟ ହିନ୍ଦୁ କ୍ୟାଲେଣ୍ଡରରେ ଶ୍ରାବଣ ମାସ ଗୁରୁତ୍ୱପୂର୍ଣ୍ଣ। ଏହି ମାସରେ ଭଗବାନ ଶିବଙ୍କୁ ପୂଜା କରାଯାଏ। ଢେଙ୍କାନାଳ ସ୍ଥିତ ପ୍ରସିଦ୍ଧ ଶୈବ ପୀଠ କପିଳାଶକୁୁ ଯାଉଥିବା ବୋଲବମ ଭକ୍ତଙ୍କ ପାଇଁ ଏକ ବଡ ଖବର ସାମ୍ନାକୁ ଆସିଛି। ଢେଙ୍କାନାଳ ସ୍ଥିତ ପ୍ରସିଦ୍ଧ ଶୈବ ପୀଠ କପିଳାଶରେ ମାତ୍ର ୩ଦିନ କାଉଡ଼ିଆ କରିପାରିବେ ଜଳାଭିଷେକ। ଜଳାଭିଷେକ ପାଇଁ ଚଳିତ ବର୍ଷ ଦେୟମୁକ୍ତ କରାଯାଇଥିବା ସ୍ୱତନ୍ତ୍ର ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଜୁଲାଇ ୧୦ ଓ ଅଗଷ୍ଟ ୨୧ ଓ ୨୮ ତାରିଖରେ କାଉଡ଼ିଆ କରିପାରିବେ ଜଳାଭିଷେକ।
ଶ୍ରାବଣ ମାସ ଭକ୍ତି ଏବଂ ଆଧ୍ୟାତ୍ମିକତା ପାଇଁ ମହତ୍ବପୂର୍ଣ୍ଣ ଏବଂ ଶିବ ଭକ୍ତମାନେ ଏହି ମାସରେ ଭଗବାନ ଶିବଙ୍କ ଆଶୀର୍ବାଦ ଗ୍ରହଣ କରିବେ ବୋଲି ଆଶା କରାଯାଏ। ପ୍ରତିବର୍ଷ ଶ୍ରାବଣ ମାସରେ ରାଜ୍ୟର ବିଭିନ୍ନ ଶୈବପୀଠରେ ଜଳଲାଗି କରିଥାନ୍ତି ଶିବଭକ୍ତ। ବିଭିନ୍ନ ସ୍ଥାନରୁ ଜଳ ସଂଗ୍ରହ କରି କାଉଡ଼ିଆମାନେ ସୋମବାରରେ ଶିବଲିଙ୍ଗରେ ଜଳ ଢ଼ାଳନ୍ତି। ରାସ୍ତାରେ ଖାଲି ପାଦରେ ଚାଲି ଚାଲି ବୋଲବମ ଭକ୍ତଙ୍କ ମନ୍ଦିରରେ ଭିଡ଼ ଜମେ। ଏଥର ଜୁଲାଇ ଏବଂ ଅଗଷ୍ଟ ୨୦୨୩ରେ ଶ୍ରାବଣ ଦୁଇମାସ ହେବ।