ହୀରାକୁଦ ଡ୍ୟାମର ଖୋଲିଲା ଆଉ ୫ଟି ଗେଟ୍, ତଳିଆ ଅଞ୍ଚଳ ଲୋକଙ୍କୁ ସତର୍କବାଣୀ
୭ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି।

ଓଏଲ୍ ବ୍ୟୁରୋ: ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି। ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଥିବାବେଳେ ହୀରାକୁଦର ୭ଟି ଗେଟ୍ ଖୋଲିଥିବା ଜଣା ପଡିଛି। ପୂର୍ବରୁ ୨ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିବାବେଳେ ଏବେ ଆଉ ୫ଟି ଗେଟ୍ ଖୋଲିଛି। ୭ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି।
କାଲି ଛତିଶଗଡ଼ ଉପରମୁଣ୍ଡରେ ବର୍ଷା ଯୋଗୁଁ ଜଳସ୍ତର ବଢୁଥିବାରୁ ହୀରାକୁଦ ଗେଟ୍ ଖୋଲିଛି ବୋଲି ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି। ଉପରମୁଣ୍ଡର ବର୍ଷା, ଡ୍ୟାମର ଜଳଧାରଣା କ୍ଷମତା ଏବଂ ପାଣିପାଗ ବିଭାଗର ସମ୍ଭାବ୍ୟ ଆକଳନକୁ ଦୃଷ୍ଟିରେ ରଖି ବନ୍ୟାଜଳ ନିଷ୍କାସିତ ହୋଇଛି। ବନ୍ୟାଜଳ ନିଷ୍କାସିତ ହେଉଥିବାରୁ ତଳିଆ ଅଂଚଳ ଲୋକଙ୍କୁ ସତର୍କ କରାଯାଇଛି।