Odisha Link
Bridging the Missing Links in Odisha

ମାହାଙ୍ଗା ଛାତ୍ରୀ ମୃତ୍ୟୁ ଘଟଣା: ପ୍ରତିକ୍ରିୟା ରଖିଲେ ଏସ୍‌ପି

କୌଣସି ବି ଦିଗ ଛଡ଼ାଯିବନି।

ଓଏଲ୍‌ ବ୍ୟୁରୋ: ମାହାଙ୍ଗା ମାଟ୍ରିକ ଛାତ୍ରୀ ମୃତ୍ୟୁ ମାମଲାକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ଏହି ମାମଲାରେ ଏସପି ମିହିର ପଣ୍ଡା ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ତଦନ୍ତ ବ୍ୟାପକ ହେବ। ବିଭିନ୍ନ ଦିଗକୁ ନେଇ ତଦନ୍ତ ହେବ। କୌଣସି ବି ଦିଗ ଛଡ଼ାଯିବନି। ଘଟଣାରେ ସଂପୃକ୍ତ ସମସ୍ତଙ୍କୁ ତଦନ୍ତ କରାଯିବ। ତଦନ୍ତରୁ ଯାହା ରେଜଲ୍ଟ ଆସିବ ସେ ଅନୁସାରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଏସପି ମିହିର ପଣ୍ଡା। ଏହା ସହ ମାମଲାରେ ସମ୍ପୃକ୍ତ ଶରତଙ୍କ ବୟାନ ରେକର୍ଡ କରାଯାଇଥିବା ସେ ସୂଚନା ଦେଇଛନ୍ତି।

ଅନ୍ୟପଟେ, ମାହାଙ୍ଗା ମାଟ୍ରିକ ଛାତ୍ରୀ ମୃତ୍ୟୁ ମାମଲାକୁ ନେଇ ମୃତ୍ୟର କାରଣ ସନ୍ଦେହ ଘେରରେ ରହିଛି। ଏହି ମାମଲାରେ ରାଜ୍ୟ ମହିଳା କମିଶନ ନିଜ ଆଡ଼ୁ ମାମଲା ରୁଜୁ କରିଛନ୍ତି। ଏହା ସହ ରାଜ୍ୟ ମହିଳା କମିଶନ ଏସପିଙ୍କୁ ଜବାବ ମାଗିଛନ୍ତି। ୧୫ ଦିନ ଭିତରେ ରିପୋର୍ଟ ଦାଖଲ କରିବାକୁ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସମ୍ପୃକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଅଧ୍ୟକ୍ଷା କହିଛନ୍ତି।

ମାହାଙ୍ଗା ନାବାଳିକା ମୃତ୍ୟୁ ଘଟଣା ନେଇ ଶରତଙ୍କର ଏକ ଅଡିଓ ଭାଇରାଲ ହୋଇଛି। ଏହି ମାମଲାର ସନ୍ଦିଗ୍ଧ ଖେଳ ଶିକ୍ଷକଙ୍କ ମା’ଙ୍କ ସହ ତାଙ୍କର କଥାବାର୍ତ୍ତା ଭାଇରାଲ ହୋଇଛି। ଅଡିଓରେ ମାମଲା ରଫାଦଫା ପାଇଁ ସେ ୭୦ ହଜାର ମାଗୁଥିବା ଶୁଣିବାକୁ ମିଳିଛି।

ଏହି ନାବାଳିକା ମୃତ୍ୟୁ ମାମଲାରେ ଆଜି ଝିଅର ପ୍ରେମିକ ତଥା ଖେଳ ଶିକ୍ଷକ ନିଜ ପ୍ରତିକ୍ରିୟାରେ କହିଛନ୍ତି, ସେ ଛାତ୍ରୀ ଜଣଙ୍କୁ ପ୍ରେମ କରୁଥିବା କଥା ସତ। କିନ୍ତୁ ଝିଅର ବାପା ଅନେକ ସମୟରେ ମାଡ ମାରୁଥିଲେ। ଆଉ ଛାତ୍ରୀ ଜଣଙ୍କ ଆସି ବିଭିନ୍ନ ସମୟରେ ଦୁଃଖ କଥା କହିବା ପରେ ସମବେଦନା ଆସିଥିଲା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ବୋଲି ଶିକ୍ଷକ ଜଣଙ୍କ କହିଛନ୍ତି।

Leave A Reply

Your email address will not be published.