ଲଘୁଚାପ ପ୍ରଭାବ: ବିପଦ ସଙ୍କେତ ପାର୍ କଲା ବୈତରଣୀ ନଦୀର ଜଳସ୍ତର

ଓଏଲ୍ ବ୍ୟୁରୋ: ଗତକାଲି ସକ୍ରିୟ ମୌସୁମୀ ଏବଂ ଲଘୁଚାପ କ୍ଷେତ୍ର ପ୍ରଭାବରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୩୨.୧ ମିମି ବର୍ଷା ରେକର୍ଡ କରାଯାଇଥିଲା ଯାହା ସ୍ୱାଭାବିକ ବର୍ଷା ୧୨.୮ ମିମି ତୁଳନାରେ ୧୫୧ ପ୍ରତିଶତ ଅଧିକ ରହିଛି। ବର୍ଷା ପ୍ରଭାବରେ ଭଦ୍ରକ ବୈତରଣୀ ନଦୀର ଜଳସ୍ତର ବଢୁଥିବା ଜଣା ପଡିଛି। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଆଖୁଆପଦା ବୈତରଣୀ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ସକାଳ ୭ଟା ସୁଦ୍ଧା ଆଖୁଆପଦାଠାରେ ବିପଦ ସଂକେତ ୧୭.୮୮ ମିଟରରେ ଜଳ ପ୍ରବାହିତ ହେଉଛି। ଯାହା ବର୍ତ୍ତମାନ ଚିନ୍ତାର ବିଷୟ ପାଲଟିଛି।