ସୌରିନ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡ଼ୁଆ, ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ

ଓଏଲ୍ ବ୍ୟୁରୋ: ଅଡ଼ୁଆରେ ଚର୍ଚ୍ଚିତ ଗାୟକ ସୌରୀନ ଭଟ୍ଟ। ଗାୟକ ସୌରୀନ ଭଟ୍ଟଙ୍କ ଉପରେ ଜଣେ ଯୁବତୀ ଯୌନ ଶୋଷଣ ମାମଲା ନେଇ ଅଭିଯୋଗ ଆଣିଥିବା ଜଣା ପଡିଛି। ହାଇକୋର୍ଟ ସୌରିନଙ୍କ ଆଗୁଆ ଜାମିନ ଆବେଦନ ଖାରଜ କଲେ। ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ଅଭିଯୋଗରେ ଗିରଫ ହୋଇପାରନ୍ତି।
ସୂଚନା ଅନୁସାରେ, ପ୍ରାଥମିକ ତଦନ୍ତ ଓ ପୀଡ଼ିତାଙ୍କ ବୟାନରୁ ସତ୍ୟାସତ୍ୟ ସାମ୍ନାକୁ ଆସିଛି। ୨୦୧୬ରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ରହିଥିବା ତଦନ୍ତରୁ ସୂଚନା ମିଳିଛି। ପ୍ରଲୋଭନ ଓ ଧମକାଇ ପୀଡ଼ିତାଙ୍କ ସହ ସମ୍ପର୍କ ରଖିବା ଅଭିଯୋଗ ଆସିଛି। ମାମଲାରେ ସୌରିନଙ୍କ ସକ୍ରିୟ ଉପସ୍ଥିତିର ଆବଶ୍ୟକତା ରହିଥିବା କୋର୍ଟ ଦର୍ଶାଇଛନ୍ତି।