ଇସ୍ରୋର ମିଶନ ସୂର୍ଯ୍ୟ: ଉତ୍କ୍ଷେପଣ ହେଲା ଆଦିତ୍ୟ-ଏଲ୍-୧

ଓଏଲ୍ ବ୍ୟୁରୋ: ଅପେକ୍ଷାର ଅନ୍ତ ଘଟାଇ ଲଞ୍ଚ ହେଲା ଆଦିତ୍ୟ-ଏଲ-୧। ଇସ୍ରୋର ମିଶନ୍ ସନ୍ ବା ସୂର୍ଯ୍ୟ ଯାତ୍ରା ଆରମ୍ଭ ହୋଇଯାଇଛି। ଆଦିତ୍ୟ ଏଲ-୧କୁ ଆଜି ଦିନ ୧୧ଟା ୫୦ ମିନିଟରେ ଶ୍ରୀହରିକୋଟା ଲଞ୍ଚପ୍ୟାଡରୁ PSLV-XL ରକେଟ ମାଧ୍ୟମରେ ଉତକ୍ଷେପଣ କରାଯାଇଛି। ମହାକାଶରେ ରହି ଆଦିତ୍ୟ ଏଲ୍-୧ ସୂର୍ଯ୍ୟ ଉପରେ ତଥ୍ୟ ଯୋଗାଇବ। ତେବେ ଏନେଇ ଟ୍ୱିଟ ଯୋଗେ ଇସ୍ରୋ ପକ୍ଷରୁ ସୂଚନା ଦେଇଛନ୍ତି।
ସଫଳ ଚନ୍ଦ୍ରଯାତ୍ରା ପରେ ସୂର୍ଯ୍ୟ ଅଭିଯାନ ଆରମ୍ଭ କରିଛି ଭାରତ। ଚନ୍ଦ୍ର ପରେ ଏବେ ସୂର୍ଯ୍ୟମୁହାଁ ଇସ୍ରୋ। ଇସ୍ରୋର ସବୁଠାରୁ ଭରସାଯୋଗ୍ୟ ରକେଟ୍ ପିଏସଏଲଭି-ସି-୫୭ କୁ ପୃଥିବୀର ନିମ୍ନ କକ୍ଷପଥରେ ଉତକ୍ଷେପଣ କରିଛି। ଏହା ପରେ ତିନି କିମ୍ବା ଚାରିଟି କକ୍ଷପଥକୁ ସିଧାସଳଖ ସ୍ଫେୟାର ଅଫ୍ ଇନଫ୍ଲୁଏନ୍ସରୁ ବାହାରକୁ ଅଣାଯିବ। ତା’ପରେ କ୍ରୁଜ୍ ଫେଜ୍ ଆରମ୍ଭ ହେବ। ଆଦିତ୍ୟ ଏଲ-୧ ପାଖରେ ସୂର୍ଯ୍ୟଙ୍କ ଉପରେ ତଥ୍ୟ ସଂଗ୍ରହ କରିବାକୁ ୭ଟି ପେଲୋଡ୍ସ ଲାଗିଛି। ଏହା ମଧ୍ୟରେ ରହିଛି ପାପା। ୭ ପେଲୋଡ୍ସ ଏକାଠି ସୂର୍ଯ୍ୟଙ୍କ ଉପରେ ସର୍ବେକ୍ଷଣ କରିବେ।