Odisha Link
Bridging the Missing Links in Odisha

କେନ୍ଦ୍ରାପଡ଼ାରେ ଥମୁନି କୁମ୍ଭୀର ଭୟ, ପୁଣି ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ ଉଦ୍ୟମ

ଓଏଲ୍‌ ବ୍ୟୁରୋ: କେନ୍ଦ୍ରାପଡ଼ାରେ ପୁଣି କୁମ୍ଭୀର ଆତଙ୍କ। ଲୁଣା ନଦୀରେ ପୁଣି କୁମ୍ଭୀର ଆତଙ୍କ ସୃଷ୍ଟି କରିଛି। ମାର୍ଶାଘାଇ ବ୍ଲକ କସଟିବାଲି ଗାଁ ଲୁଣା ନଦୀରେ ଆତଙ୍କ ଖେଳିଯାଇଛି। ଗାଧୋଉ ଥିବାବେଳେ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ ଉଦ୍ୟମ କରିଥିବାବେଳେ ବ୍ୟକ୍ତି ଜଣକ ସତର୍କ ଥିବାରୁ କୁମ୍ଭୀର ଆକ୍ରମଣରୁ ଅଳ୍ପକେ ବର୍ତ୍ତିଗଲେ।

ସୂଚନା ଅନୁସାରେ, ପୂର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ନିକଟସ୍ଥ ବ୍ରାହ୍ମଣୀ ନଦୀକୁ ଜଣେ ଯୁବକଙ୍କୁ କୁମ୍ଭୀର ଟାଣି ନେଇଥିବା ସୂଚନା ରହିଛି। ଘଟଣାସ୍ଥଳରେ ଗ୍ରାମବାସୀ ଖୋଜାଖୋଜି ଆରମ୍ଭ କରିଥିଲେ। ବାରମ୍ବାର ଏଭଳି କୁମ୍ଭୀର ଆକ୍ରମଣ କାରଣରୁ ଗ୍ରାମବାସୀଙ୍କ ମନରେ ଭୟର ବାତ୍ତାବରଣ ସୃଷ୍ଟି କରିଛି।

Leave A Reply

Your email address will not be published.