Odisha Link
Bridging the Missing Links in Odisha

ମହିଳା ସଂରକ୍ଷଣ ବିଲ୍ ନେଇ ବଢିଲା ଆଶା, ସଂସଦରେ ଦାବି କରିଥିଲା ବିଜେଡି

ଓଏଲ୍ ବ୍ୟୁରୋ: ମହିଳା ସଂରକ୍ଷଣ ବିଲ୍ ନେଇ ବଢିଲା ଆଶା। ଉପରାଷ୍ଟ୍ରପତିଙ୍କ ବୟାନ ପରେ ମହିଳା ସଂରକ୍ଷଣ ବିଲ୍ ନେଇ ଏକ ପ୍ରକାର ଆଶା ବୃଦ୍ଧି ପାଇଛି। ଦଳର ଆଭିମୁଖ୍ୟ ସ୍ପଷ୍ଟ ରହିବ ବିଜୁ ଜନତା ଦଳ ପକ୍ଷରୁ ସ୍ପଷ୍ଟ ହୋଇଛି। ଏହା ସହ ୨୦୧୯ରେ ଏକ ତୃତୀୟାଂଶ ମହିଳାଙ୍କୁ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ କରିଥିବା ବିଜେଡି କହିଛି।

ସୂଚନା ଅନୁସାରେ, ସଂସଦର ମୌସୁମୀ ଅଧିବେଶନରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିବାବେଳେ ସାଂସଦ ସସ୍ମିତ ପାତ୍ର ସଂସଦରେ ମହିଳା ସଂରକ୍ଷଣ ବିଲ୍‌ ପାସ୍‌ କରାଇବାକୁ ଦାବି କରିଥିଲେ। ରାଜ୍ୟସଭାରେ ବିଜେଡି ସାଂସଦ ସସ୍ମିତ ପାତ୍ର ଦାବି ଉପସ୍ଥାପନ କରିଥିଲେ। ମହିଳାଙ୍କ ପାଇଁ ସଂସଦ ଓ ବିଧାନସଭାରେ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ଦାବି କରିଥିଲେ। ମହିଳା ସଶକ୍ତୀକରଣ ପାଇଁ ସଂରକ୍ଷଣ ଆବଶ୍ୟକତା ରହିଛି ବୋଲି ବିଜେଡି ସାଂସଦ ସସ୍ମିତ ପାତ୍ର ସଂସଦରେ କହିଥିଲେ।

Leave A Reply

Your email address will not be published.