ମହଙ୍ଗା ପଡ଼ିଲା ବିପୁଳ ସମ୍ପତି, ଗିରଫ ହେଲେ ପୂର୍ବତନ ତହସିଲଦାର

ଓଏଲ୍ ବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ ପୁଣି ଜଣେ ସରକାରୀ କର୍ମଚାରୀ। ଭିଜିଲାନ୍ସ ଜାଲରେ ପଡିଥିବା ସରକାରୀ ବ୍ୟକ୍ତି ଜଣକ ହେଉଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧିକାରୀ ସଂଗ୍ରାମ କେଶରୀ ଜେନା। ବିପୁଳ ସମ୍ପତି ଠାବ ହେବା ପରେ ଓଏଏସ୍ ଅଫିସର ସଂଗ୍ରାମ କେଶରୀ ଜେନା ଗିରଫ ହୋଇଛନ୍ତି।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧିକାରୀ ସଂଗ୍ରାମ କେଶରୀ ଜେନାଙ୍କ ବିରୋଧରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବାଲୁଗାଁ, ଟାଙ୍ଗୀ ଓ ବାଣପୁର ସମେତ ୪ଟି ସ୍ଥାନରେ ଚଢ଼ାଉ ଜାରି ହୋଇଛି। ରାଜସ୍ୱ ଅଧିକାରୀଙ୍କ ୬ଟି ପ୍ଲଟ ଠାବ କରାଯାଇଥିଲା। ଦୁଇଟି ବହୁତଳ କୋଠା ଯାହାର ମୂଲ୍ୟ ପ୍ରାୟ ୧.୩୬ କୋଟି ଟଙ୍କା। ଏହା ସହ ୬ଟି ପ୍ଲଟ, ଗୋଟିଏ ବେନାମୀ ପ୍ଲଟ, ୩ଟି ଚାରିଚକିଆ ଯାନ ଠାବ କରାଯାଇଛି।