Odisha Link
Bridging the Missing Links in Odisha

ଚାକିରି ଦେବା ନାଁରେ ୩୫ ଲକ୍ଷ ଠକେଇ ଅଭିଯୋଗ: ଜଣେ ଅଭିଯୁକ୍ତକୁ ଗିରଫ କଲା ପୁଲିସ

ଓଏଲ୍‌ ବ୍ୟୁରୋ: ଆଜିକାଲି ବିଭିନ୍ନ ଉପାୟ ଅବଲମ୍ବନ କରି ଠକ ମାନେ ଠକେଇ କରିବାରେ ଲାଗିଛନ୍ତି। କେତେବେଳେ ବ୍ୟାଙ୍କ ସାମ୍ନାରୁ ମାରଣାସ୍ତ୍ର ଦେଖାଇ ତ କେତେବେଳେ ଅନଲାଇନ ଠକେଇ। କେତେବେଳେ ଚାକିରୀ ଦେବା ବାହାନାରେ ତ କେବେ ଆଡ଼ମିସନ କରିବା ଉପାୟ କହି ଠକେଇ କରୁଛନ୍ତି। ତେବେ ବର୍ତ୍ତମାନ ଚାକିରି ଦେବାକୁ କହି ୩୫ ଲକ୍ଷ ଠକେଇ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି।

ଏକାଧିକ ଲୋକଙ୍କ ଠାରୁ ୩୫ ଲକ୍ଷ ଠକିଥିବା ଅଭିଯୋଗ ହେବା ପରେ ପୁଲିସ ତଦନ୍ତ କରିଛି। ତଦନ୍ତ କରି ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ସହିଦନଗର ଥାନା ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗିରଫ ବ୍ୟକ୍ତି ଉତ୍କଳ ବିଶ୍ୱବିଦ୍ୟାଳୟର ଜଣେ କର୍ମଚାରୀ। ତେବେ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନଥିବାବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି।