Odisha Link
Bridging the Missing Links in Odisha

ହ୍ରାସ ପାଉଛି ହୀରାକୁଦ ଜଳସ୍ତର, ବନ୍ଦ ହେଲା ଆଉ ୬ଟି ଗେଟ୍‌

ଓଏଲ୍‌ ବ୍ୟୁରୋ: ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ଫଳରେ ଆଜି ଆଉ ୬ଟି ଗେଟ୍ ବନ୍ଦ କରାଯାଇଛି। ବର୍ତ୍ତମାନ ୪ଟି ଗେଟ୍ ଦେଇ ଜଳ ନଷ୍କାସନ ହେଉଥିବା ନେଇ ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଥିଲା। ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମ୍‌ର ଆଉ ୨ଟି ଗେଟ୍ ଖୋଲିଥିଲା। ମୋଟ ୨୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ହୋଇଥିଲା। ପରେ ଏହାକୁ ବନ୍ଦ କରାଯାଇଛି।

ସୂଚନାଯୋଗ୍ୟ, ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳ ଭଣ୍ଡାରକୁ ଅଧିକ ଜଳ ପ୍ରବେଶ କରୁଥିଲା। ଫଳରେ ଡ୍ୟାମର ୨୪ଟି ଗେଟ୍ ଖୋଲା ଯାଇଥିଲା ଏବେ ଜଳସ୍ତର କ୍ରମାଗତ ଭାବେ ହ୍ରାସ ପାଉଥିବାରୁ ଡ୍ୟାମ୍ ଗେଟ୍‌ଗୁଡ଼ିକୁ ପର୍ଯ୍ୟାୟ କ୍ରମେ ବନ୍ଦ କରାଯାଉଛି। ତେବେ ଜଳ ପ୍ରବାହ କମିଲେ ପର୍ଯ୍ୟାୟ କ୍ରମେ ଆହୁରି ଗେଟ ବନ୍ଦ ହେବାର ସମ୍ଭାବନା ରହିଛି।