Odisha Link
Bridging the Missing Links in Odisha

ସିକ୍କିମ ବନ୍ୟା: ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି, ଏବେ ବି ଶତାଧିକ ନିଖୋଜ

ଓଏଲ୍‌ ବ୍ୟୁରୋ: ସିକ୍କିମରେ ଭୟଙ୍କର ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବନ୍ୟା ପରର ଭୟାନକ ଦୃଶ୍ୟ ସାମ୍ନାକୁ ଆସିଛି। ନଦୀ ଗର୍ଭରେ ପୋତି ହୋଇଛି ଅନେକ ସେନା ଟ୍ରକ୍। ମାଟି ଅତଡ଼ା ଭିତରୁ ଜୀବନ ଖୋଜିବାକୁ ପ୍ରୟାସ ଚାଲିଛି। ସିକ୍କିମର ପ୍ରଳୟଙ୍କରୀ ବନ୍ୟାରେ ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି ପାଇଛି। ବନ୍ୟାରେ ଭାସି ଏବେ ବି ଶତାଧିକ ନିଖୋଜ ଅଛନ୍ତି। ଉଦ୍ଧାର କାର୍ଯ୍ୟରେ ସେନା ଓ ଏନ୍‌ଡିଆର୍‌ଏଫ୍ ନିୟୋଜିତ ରହିଛନ୍ତି। ଜାତୀୟ ରାଜପଥ ୧୦ ଧୋଇ ଯାଇଥିବାରୁ ଗମନାଗମନ ପ୍ରଭାବିତ ହୋଇଥିବାବେଳେ
ଆସନ୍ତା ୧୫ ଯାଏ ସ୍କୁଲ୍‌, କଲେଜ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।

ବାଦଲ ଫଟା ବର୍ଷା ଯୋଗୁଁ ତୀସ୍ତା ନଦୀରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିଲା। ସିକ୍କିମରେ ଭୟଙ୍କର ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଚୁଙ୍ଗଥାଙ୍ଗ ଡ୍ୟାମ ସହ ୧୪ଟି ସେତୁ ଭୁଶୁଡ଼ିଛି। ଧୋଇଯାଇଛି ଅନେକ ରାସ୍ତାଘାଟ। ବିଭିନ୍ନ ସ୍ଥାନରେ ଫସି ରହିଥିବା ୨ ହଜାର ଲୋକଙ୍କୁ ଉଦ୍ଧାର କରାଯାଇଛି। ମୃତକଙ୍କ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି। ଲାଚେନ ଉପତ୍ୟକାର ତୀସ୍ତା ନଦୀରେ ବନ୍ୟା ସ୍ଥିତି ହୋଇଛି। ବନ୍ୟା ଯୋଗୁଁ ସେନା କ୍ୟାମ୍ପ ପ୍ରଭାବିତ ହୋଇଥିବାବେଳେ ଯାନବାହନ ଭାସିଯାଇଛି। ନିଖୋଜ ଯବାନଙ୍କୁ ଖୋଜିବାକୁ ସର୍ଚ୍ଚ ଅପରେସନ ଜାରି କରାଯାଇଛି।

Leave A Reply

Your email address will not be published.