ପରିବହନ କ୍ଷେତ୍ରରେ ଯୋଡ଼ି ହେଲା ନୂଆ ଅଧ୍ୟାୟ, ଲକ୍ଷ୍ମୀ ଯାେଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଓଏଲ୍ ବ୍ୟୁରୋ: ଆଜି ମାଲକାନଗିରିରେ ଲକ୍ଷ୍ମୀ ବସ ସେବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି। ୧୯୨ କୋଟି ବ୍ୟୟରେ ୧୮ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ଏହା ସହ ୯୬ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସବୁଜ ପତାକା ଦେଖାଇ ଯୋଜନାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି। ପ୍ରଥମ ଜିଲ୍ଲା ଭାବେ ମାଲକାନଗିରି ଜିଲ୍ଲାରୁ ଏହି ସେବା ଆଜି ଆରମ୍ଭ ହେବ। ପଞ୍ଚାୟତରୁ ବ୍ଲକ, ସଦରମହକୁମା ଓ ରାଜଧାନୀକୁ ଯିବା ସହଜ ହେବ।
ଏଣିକି ପଞ୍ଚାୟତରୁ ବ୍ଲକ୍, ସଦରମହକୁମା ଓ ରାଜଧାନୀକୁ ଯିିବା ହେବ ସହଜ। କାରଣ ଆଜିଠୁ ଗ୍ରାମାଞ୍ଚଳରେ ଗଡ଼ିବ ‘ଲକ୍ଷ୍ମୀ’।
ଏହି ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡା, ଗଜପତି ଓ କନ୍ଧମାଳ ସମେତ ଦକ୍ଷିଣାଞ୍ଚଳର ୬ଟି ଜିଲ୍ଲାରେ ଏହି ବସ୍ ସେବା ଆରମ୍ଭ ହୋଇଛି। ରାଜ୍ୟର ସମସ୍ତ ଗ୍ରାମପଞ୍ଚାୟତ, ବ୍ଲକ ସଦର ମହକୁମା, ଜିଲ୍ଲା ସଦର ମହକୁମାକୁ ପ୍ରମୁଖ ସହର ଓ ଅର୍ଥନୈତିକ ହବ୍ ସହ ସଂଯୋଗ କରୁଥିବା ପ୍ରାୟ ୧ ହଜାର ବସ୍ ଏହି ଯୋଜନାରେ ସାମିଲ ହେବ।
ନିକଟରେ ଲୋକସେବା ଭବନରେ ‘ଲକ୍ଷ୍ମୀ’ ବସ୍ କର୍ମଚାରୀମାନଙ୍କୁ ନେଇ ଏକ ବୈଠକ ହୋାଇଥିଲା। ଯେଉଁଥିରେ ୫-ଟି ସଚିବ ଭିକେ ପାଣ୍ଡିଆନ୍ ଯାତ୍ରୀଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ବସ୍ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ। ସୋମବାର ଶ୍ରୀ ପାଣ୍ଡିଆନ୍ କହିଥିଲେ, ଏକ ଦକ୍ଷ ସଡ଼କ ଯୋଗାଯୋଗ ହେଉଛି ଗୋଟିଏ ଅଞ୍ଚଳର ଆର୍ଥିକ ଓ ସାମାଜିକ ବିକାଶର ମୂଳଦୁଆ। ଏହାକୁ ବିଚାରକୁ ନେଇ ସରକାର ଲକ୍ଷ୍ମୀ ଯୋଜନା ଆଣିଛନ୍ତି।
ଏହି ଯୋଜନାରେ ବସ ସେବା ଆରମ୍ଭ ହେଲେ ସ୍କୁଲ ଛାତ୍ରଛାତ୍ରୀ, ମିଶନ ଶକ୍ତିର ସଦସ୍ୟ, କୃଷକ ଓ ବ୍ୟବସାୟୀଙ୍କ ସମେତ ସମାଜର ସବୁ ବର୍ଗର ଲୋକ ଉପକୃତ ହେବେ। ଏହା ଦ୍ୱାରା ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ସୁରକ୍ଷିତ ଭାବେ ଡାକ୍ତରଖାନାକୁ ଆସିପାରିବେ ବୋଲି ସେ କହିଛନ୍ତି।
ବସ୍ କର୍ମଚାରୀମାନେ ନିଷ୍ଠାର ସହ ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ସହ ଏହାକୁ ସମାଜ ପ୍ରତି ନିଜର ନୈତିକ କର୍ତ୍ତବ୍ୟ ବୋଲି ବିବେଚନା କରିବାକୁ ପରାମର୍ଶ ଦେଇ ପାଣ୍ଡିଆନ ୩ଟି ଏସ୍-ସୁରକ୍ଷା (ସୁରକ୍ଷା), ସୁବିଧା (ଆରାମ) ଓ ସମ୍ମାନ (ସମ୍ମାନ)କୁ ସେମାନଙ୍କ ଦ୍ୱାରା ଅନୁସରଣ କରାଯିବା ଉପରେ ଗୁରୁତ୍ୱାରୋପ କରିଛନ୍ତି।