Odisha Link
Bridging the Missing Links in Odisha

ଜଗତସିଂହପୁରରେ ବୀଭତ୍ସ ହତ୍ୟାକାଣ୍ଡ: ଜଣେ ମୃତ ଓ ଅନ୍ୟ ଜଣେ ଗୁରୁତର ଆହତ

ଓଏଲ୍‌ ବ୍ୟୁରୋ: ଜଗତସିଂହପୁର ତିର୍ତ୍ତୋଲ ଥାନା ଅଞ୍ଚଳରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଥିବା ଖବର ସାମ୍ନାକୁ ଆସିଛି। ସାଇଲୋ ପଞ୍ଚାୟତ ଭିତରଣାରେ ୨ ଜଣଙ୍କୁ କୁରାଢ଼ିରେ ଆକ୍ରମଣ ହୋଇଥିବା ଜଣା ପଡିଛି। ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇ ମେଡିକାଲ୍‌ରେ ଚିକିତ୍ସାରତ ଅବସ୍ଥାରେ ଅଛନ୍ତି।

ସେହି ଗାଁର ଜଣେ ଯୁବକ ଦୁହିଁଙ୍କୁ କୁରାଢ଼ିରେ ହାଣି ପକାଇଥିବା ଅଭିଯୋଗ ହୋଇଛି। ଆକ୍ରମଣକାରୀ ଯୁବକ ନାଁରେ ପୂର୍ବରୁ ଅପରାଧିକ ମାମଲା ରହିଛି। ତେବେ ଏଭଳି ଅମାନବୀୟ ଘଟଣା ପରେ ପୁଲିସ ତଦନ୍ତ ଜାରି କରିଛି।

Leave A Reply

Your email address will not be published.