Odisha Link
Bridging the Missing Links in Odisha

ଓଡ଼ିଶାକୁ ନୂଆବର୍ଷରେ ମିଳିବ ନୂଆ ପୁଲିସ ମୁଖ୍ୟ

ଓଏଲ୍‌ ବ୍ୟୁରୋ: ନୂଆବର୍ଷରେ ଓଡ଼ିଶା ପାଇବ ନୂଆ ପୁଲିସ ମୁଖ୍ୟ। ବର୍ତ୍ତମାନର ପୁଲିସ ଡିଜି ସୁନୀଲ ବଂଶଲଙ୍କର କାର୍ଯ୍ୟାକାଳ ଡିସେମ୍ବର ୩୧ରେ ଶେଷ ହେବ କାର୍ଯ୍ୟକାଳ। ତେବେ ପରବର୍ତ୍ତୀ ନୂଆ ପୋଲିସ ଡିଜି କିଏ ହେବେ ସେ ନେଇ ଚର୍ଚ୍ଚା ଜୋର ଧରିଛି ।

ଏହାରି ଭିତରେ ନୂଆ ପୋଲିସ ଡ଼ିଜି ଙ୍କ ପାଇଁ ୭ ଜଣଙ୍କ ନାଁ ସୁପାରିଶ କରିଛନ୍ତି ରାଜ୍ୟ ସରକାର।ଏମାନଙ୍କ ମଧ୍ୟରେ ରହିଛନ୍ତି ବି ରାଧୀକ, ଏ. ଏମ. ପ୍ରସାଦ, ୱାଇ.ବି ଖୁରାନିଆ, ଏସ ଏମ ନରବାଣେ,ଅରୁଣ ରାୟ, ଅରୁଣ ଷଡ଼ଙ୍ଗୀ ଏବଂ ସୁଧାଂଶୁ ଷଡ଼ଙ୍ଗୀ। ଆଇପିଏସ୍ ସୁନୀଲ ବଂଶଲ ମୟୂରଭଂଜ ଏସପି ଭାବେ ପୁଲିସ କ୍ୟାରିଅର ଆରମ୍ଭ କରିଥିଲେ। ଗତବର୍ଷ ଡିସେମ୍ବର ୩୧ ତାରିଖରେ ଡିଜିପି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ।

Leave A Reply

Your email address will not be published.