Odisha Link
Bridging the Missing Links in Odisha

ଟନେଲ ଟ୍ରାଜେଡି: ୪୧ ଶ୍ରମିକଙ୍କୁ ମିଳିବ ସହାୟତା ରାଶି, ରାଟ୍ ହୋଲ ମାଇନର୍ସଙ୍କୁ ୫୦ ହଜାର

ଓଏଲ୍‌ ବ୍ୟୁରୋ: ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲରେ ଦୀର୍ଘ ୧୭ ଦିନ ହେଲା ଫସି ରହିଥିବା ୪୧ ଶ୍ରମିକ ଉଦ୍ଧାର ହୋଇଛନ୍ତି। ଅକ୍ଲାନ୍ତ ପରିଶ୍ରମ ଓ ସମଗ୍ର ଦେଶର ପ୍ରାର୍ଥନା କାମ ଦେଇଛି। ଟନେଲରୁ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି ଶ୍ରମିକ। ପର୍ଯ୍ୟାୟକ୍ରମେ ୫ ଜଣ ଓଡ଼ିଆ ଶ୍ରମିକଙ୍କ ସମେତ ୪୧ ଜଣ ଶ୍ରମିକଙ୍କୁ ପାଇପ ଯୋଗେ ବାହାରି କରାଯାଇଛି। ଉଦ୍ଧାର ହୋଇଥିବା ୪୧ ଶ୍ରମିକଙ୍କୁ ସହାୟତା ମିଳିବ। ୧ ଲକ୍ଷ ଲେଖାଏଁ ସହାୟତା ରାଶି ଦେବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି।

ଏହା ସହ ରାଟ୍ ହୋଲ ମାଇନର୍ସଙ୍କୁ ୫୦ ହଜାର ଲେଖାଏଁ ପୁରସ୍କାର ରାଶି ମିଳିବ। ପୁରସ୍କାର ରାଶି ନେଇ ଉତ୍ତରାଖଣ୍ଡ ସରକାର ଘୋଷଣା କରିଛନ୍ତି। ଉଦ୍ଧାର ୪୧ ଶ୍ରମିକଙ୍କ ଚାଲିଛି ସ୍ୱାସ୍ଥ୍ୟ ପରୀକ୍ଷା। ସ୍ୱାସ୍ଥ୍ୟାବସ୍ଥା ସ୍ଥିର ସତ୍ତ୍ୱେ ସମସ୍ତଙ୍କୁ ଋଷିକେଶ ଏମ୍ସକୁ ନିଆଯିବ। ପୂରା ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ମେଡିକାଲ କ୍ୟାମ୍ପରୁ ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ତେବେ ଏଥି ପାଇଁ ସେମାନଙ୍କୁ ଏୟାରଲିଫ୍ଟ କରାଯିବ।

ସୂଚନାଯୋଗ୍ୟ, ନଭେମ୍ବର ୧୨ ତାରିଖରୁ ଟନେଲ ଭିତରେ ଫସି ରହିଥିଲେ ୪୧ ଜଣ ଶ୍ରମିକ। ଯେଉଁଥିରେ ୫ ଜଣ ଓଡ଼ିଆ ମଧ୍ୟ ଥିଲେ। ୫ ଓଡ଼ିଆ ଶ୍ରମିକ ହେଲେ ମୟୂରଭଞ୍ଜ ବାଙ୍ଗିରିପୋଷି ବେଢାକୁଦର ବିଶ୍ୱେଶ୍ୱର ନାୟକ, ଭଦ୍ରକ ବାସୁଦେବପୁର ବ୍ଲକ ସାନକୃଷ୍ଣପୁରର ତପନ ମଣ୍ଡଳ, ନବରଙ୍ଗପୁରର ଭଗବାନ ଭତ୍ରା, କୁଳଡ଼ିହାର ରାଜୁ ନାୟକ ଓ ବଡ଼କୁଦାର ଧିରେନ। ଉଦ୍ଧାରକାରୀ ଦଳଙ୍କ ୧୭ ଦିନର ଅହରହ ପରିଶ୍ରମ ପରେ ବାହାର ଦୁନିଆ ଦେଖିଛନ୍ତି ୪୧ ଶ୍ରମିକ। ମଙ୍ଗଳବାର ସମସ୍ତଙ୍କ ପାଇଁ ଶୁଭ ସାବ୍ୟସ୍ତ ହୋଇଛି।

Leave A Reply

Your email address will not be published.